fbpx

୩୦୦ ଫୁଟ ଖାଇ ମଧ୍ୟକୁ ଖସିଲା ବସ୍: ୧୫ ଜଣ ଯାତ୍ରୀଙ୍କ ମୃତ୍ୟୁ, ଅନେକ ଆହତ

ନୂଆଦିଲ୍ଲୀ: ଦୁର୍ଘଟଣା କେତେବେଳେ ଘଟିବା ତାହା କହିବା ଅସମ୍ଭବ । ତେବେ ଏହା ମଧ୍ୟରେ ଘଟିଯାଇଛି ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା । ଜମ୍ମୁ କଶ୍ମୀରର ଡୋଡୋ ଜିଲ୍ଲାରେ ଏକ ବସ୍ ନିୟନ୍ତ୍ରଣ ହରାଇ ୩୦୦ ଫୁଟ ଗଭୀରଏକ ଖାଇ ମଧ୍ୟକୁ ଖସି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ୧୫ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି ।

ସୂଚନା ମୁତାବକ, ବସଟି ନିୟନ୍ତ୍ରଣ ହରାଇ ପାଖାପାଖି ୩୦୦ ଫୁଟ ଗଭୀର ଏକ ଖାଇ ମଧ୍ୟକୁ ଖସି ପଡ଼ିଥିଲା । ଏହି ଦୁର୍ଘଟଣାର ଭୟାବହତାକୁ ଦୃଷ୍ଟିରେ ରଖି ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ବସଟି କିଶତବାଡ଼ରୁ ଜମ୍ମୁ ଅଭିମୁଖେ ଯାତ୍ରା କରୁଥିଲା । ଏହି ଦୁର୍ଘଟଣା ଖବର ପାଇବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିବା ସହ ପୋଲିସକୁ ଏନେଇ ସୂଚନା ଦେଇଥିଲେ । ଏହାପରେ ଆହତଙ୍କୁ ହସ୍ପିଟାଲ ନିଆଯାଇଥିଲା ଓ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଡୋଡୋ ଜିଲ୍ଲାର ଅସର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ କିଛି ଆହତଙ୍କ ଅବସ୍ଥା ଗମ୍ଭୀର ରହିଥିବା କୁହାଯାଉଛି । ତେବେ ଏହା ମଧ୍ୟରେ ପୋଲିସ ପ୍ରାଥମିକ ତଦନ୍ତରୁ ଦୁର୍ଘଟଣା ପଛର କାରଣ ଖୁଲାସା କରିଛି । ଗୋଟିଏ ମାର୍ଗରେ ତିନୋଟି ବସ ଏକସଙ୍ଗେ ଯାଉଥିବା ବେଳେ ଆଗକୁ ଯିବା ପାଇଁ ପରସ୍ପର ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ଫଳରେ ଏତେବଡ଼ ଦୁର୍ଘଟଣା ଘଟିଥିଲା ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.