fbpx

Big Breaking: ଗଛରେ ପିଟି ହେଲା ବସ୍‌, ୧୦ ଆହତ

ଭୁବନେଶ୍ୱର: ରାଜ୍ୟରେ ପୁଣି ଏକ ଭୟଙ୍କର ବସ୍ ଦୁର୍ଘଟଣାର ଚିତ୍ର ସାମ୍ନାକୁ ଆସିଛି । ଏକ ଯାତ୍ରୀବାହୀ ବସ୍ ଗଛରେ ପିଟି ହେବା ଫଳରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ବେଲଗୁଣ୍ଠା ଥାନା ଜି.ନୂଆଗାଁ ଛକରେ ଏହି ଦୁର୍ଘଟଣା ଘଟିଛି । ବସ୍‌ଟି ଭଞ୍ଜନଗରରୁ ବେଲଗୁଣ୍ଠା ଆସିବା ବେଳେ ଏହି ଦୁର୍ଘଟଣା ଘଟିଛି । ଆହତଙ୍କ ମଧ୍ୟରୁ ୩ ଜଣ ଗୁରୁତର ଅଛନ୍ତି । ସମସ୍ତଙ୍କୁ ଭଞ୍ଜନଗର ମେଡିକାଲ୍‌ରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.