ଭୁବନେଶ୍ବରରୁ କୋଲକାତା ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ, 9 ଗୁରୁତର
ଜୁଣବଳଦାରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । ଟ୍ରକକୁ ପଛରୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ ।
ବସ୍ତା: ଜୁଣବଳଦାରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । ଟ୍ରକକୁ ପଛରୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ 30ଜଣ ବସ ଯାତ୍ରୀ ଆହତ ହୋଇଥିବା ବେଳେ 9 ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ସମସ୍ତଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ବସଟି ଭୁବନେଶ୍ବରର କୋଲକାତା ଯାଉଥିବା ଜଣାପଡ଼ିଛି । ଦାସ ଆଣ୍ଡ ଦାସ୍ ନାମକ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି ।
ସୂଚନା ଅନୁସାରେ ୬୦ ନମ୍ବର ଜାତୀୟ ରାଜପଥ ବସ୍ତା ଥାନା ଜୁଣବଳଦା ନିକଟରେ ବିଳମ୍ବିତ ରାତ୍ରିରେ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ଯାତ୍ରୀବାହୀ ବସ୍ । ଏଥିରେ ୩୦ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।
୫୦ରୁ ଅଧିକ ଯାତ୍ରୀ ନେଇ ଭୁବନେଶ୍ୱରରୁ କଲିକତା ଅଭିମୁଖେ ଯାଉଥିଲା ଦାସ ଏଣ୍ଡ ଦାସ ନାମକ ଘରୋଇ ଯାତ୍ରୀବାହୀ ବସ୍ । ଜୁଣବଳଦା ନିକଟରେ ଛିଡ଼ା ହୋଇଥିବା କୋଇଲା ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ବସର ଆଗ ପଟ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି ।