CHARIDHAM

ହନ୍ତସନ୍ତ ହେବେ ବସ୍ ଯାତ୍ରୀ! ଜାନୁଆରୀ ୧୭ରୁ ବସ୍ ଧର୍ମଘଟ ପାଇଁ ଚେତାବନୀ

ଭୁବନେଶ୍ୱର: ଜାନୁଆରୀ ୧୭ ତାରିଖରୁ ହନ୍ତସନ୍ତ ହେବେ ବସ୍ ଯାତ୍ରୀ। ୮ ଦଫା ଦାବି ବସ୍ ଧର୍ମଘଟ କରିବାକୁ ସରକାରଙ୍କୁ ଚେତାବନୀ ଦେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ଜାନୁଆରୀ ୧୬ ସୁଦ୍ଧା ୮ ଦଫା ଦାବି ପୁରଣ କରିବାକୁ ସରକାରଙ୍କୁ ଚେତାବନୀ ଦିଆଯାଇଛି। ଜାନୁଆରୀ ୧୬ ସୁଦ୍ଧା ଦାବୀ ପୁରଣ ନହେଲେ ୧୭ ବସ୍ ଗଡ଼ିବନି ବୋଲି ଧମକ ଦେଇଛନ୍ତି ବସ୍ ମାଲିକ ସଂଘ।

ବୈଠକ ପରେ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଏହି ସୂଚନା ଦେଇଛନ୍ତି। ବୈଠକରେ ହୋଇଥିବା ଆଲୋଚନା ପରେ ସ୍କ୍ରାପ୍ ପଲିସି ଉଚ୍ଛେଦ ସହିତ ୮ ଦଫା ଦାବିରେ ସଂଘ ପକ୍ଷରୁ ଧର୍ମଘଟ ଚେତାବନୀ ଦିଆଯାଇଛି। ପୂର୍ବରୁ ଜୁଲାଇ ମାସରେ ସଂଘ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଥିଲା। ସେତେବେଳେ କିନ୍ତୁ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଓ ପରିବହନ ମନ୍ତ୍ରୀଙ୍କ ଅନୁରୋଧକୁ ରକ୍ଷା କରି ବସ୍‌ ଧର୍ମଘଟକୁ ଜୁଲାଇ ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।