fbpx
BSKY SKY
BSKY SKY

ରଥଯାତ୍ରା ପାଇଁ ବସ୍‌ ଧର୍ମଘଟ ସ୍ଥଗିତ, ଦାବି ପୂରଣ ପାଇଁ ସରକାରଙ୍କୁ ଏକ ମାସ ସମୟ ଦେଲେ ବସ୍‌ ମାଲିକ ସଂଘ

BSKY

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ବିଭିନ୍ନ ଦାବି ନେଇ ଜୁଲାଇ ୧ ତାରିଖରୁ ବସ୍‌ ଧର୍ମଘଟ ଡାକରା ଦେଇଥିବା ଓଡ଼ିଶା ବସ୍‌ ମାଲିକ ସଂଘ ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । ବସ୍‌ ଧର୍ମଘଟ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛି ସଂଘ । ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ରଥଯାତ୍ରାକୁ ଦେଖି ବସ୍‌ ଧର୍ମଘଟ ସ୍ଥଗିତ ରଖାଯାଇଛି । ଜୁଲାଇ ସୁଦ୍ଧା ଦାବି ପୂରଣ ପାଇଁ ସଂଘ ରାଜ୍ୟ ସରକାରଙ୍କୁ ଅପିଲ କରିଛି । ଯଦି ସରକାର ଜୁଲାଇ ମାସ ସୁଦ୍ଧା ଦାବି ପୂରଣ ନ କରନ୍ତି, ତାହାହେଲେ ଅଗଷ୍ଟରେ ପୁଣି ଧର୍ମଘଟକୁ ଓହ୍ଲାଇବ ବସ୍‌ ମାଲିକ ସଂଘ । ଏଥି ପୂର୍ବରୁ ସଂଘ ରାଜ୍ୟ ପରିବହନ ମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲା

Get real time updates directly on you device, subscribe now.