fbpx

ଓଡ଼ିଶାରେ ବସ୍ ଚଳାଚଳକୁ ମିଳିଲା ଅନୁମତି, ଜାଣନ୍ତୁ କ’ଣ ରହିଛି ଗାଇଡଲାଇନ୍

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟ ପାଇଁ ଆଜି ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ୍ ଲାଗୁ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । କରୋନା ଏବେ ନିୟନ୍ତ୍ରଣକୁ ଆସିନଥିବାରୁ କାଟେଗୋରୀ ‘ଏ’ ଓ ‘ବି’ରେ ୧୦ ଜିଲ୍ଲା ପୂର୍ବପରି ରହିବ ବୋଲି ନିଷ୍ପତ୍ତି ନିଆଯାଇଛି ।

କିନ୍ତୁ ନୂଆ ଗାଇଡଲାଇନ୍ ଅନୁସାରେ ଉଭୟ କାଟେଗୋରୀରେ ବସ୍ ଚଳାଚକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ବସରେ ଯେତିକି ସିଟ ସେତିକି ଲୋକ ଯିବାକୁ ଅନୁମତି ଦିଆଯାଇଛି । କେବଳ ପୁରୀରେ ଜୁଲାଇ ୨୫ ପର୍ଯ୍ୟନ୍ତ ବସ୍ ଚଳାଚଳକୁ ବାରଣ କରାଯାଇଛି । ଟ୍ୟାକ୍ସି, ଅଟୋ ରିକ୍ସା ସମଗ୍ର ରାଜ୍ୟରେ ଚଳାଚଳ କରିପାରିବ । ଦୋକାନ ବଜାର ଯେତିକି ସମୟ ଖୋଲିବ, ସେତିକି ସମୟ ଟ୍ୟାକ୍ସି ଓ ଅଟୋ ଚାଲିବ । ଏହା ବ୍ୟତିତ ସାରା ରାଜ୍ୟରେ ପାର୍ଲର, ସ୍ପା, ଜିମ୍ ଓ ସେଲୁନ୍ କାଲିଠାରୁ ଖୋଲିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । କିନ୍ତୁ କାଟେଗୋରୀ ବି’ରେ ସାପ୍ତାହାନ୍ତ ସଟଡାଉନ୍ ଜାରି ରହିବା ।

Get real time updates directly on you device, subscribe now.