fbpx

ବାଂଲାଦେଶ ସଂକଟ ଦୋହଲାଇ ଦେଉଛି ଭାରତର ଆର୍ଥିକ ସ୍ଥିତି! ବିତ୍ତମନ୍ତ୍ରୀ କହିଲେ- ଅନିଶ୍ଚିତତାରେ ରହିଛି ଏହିସବୁ ସେକ୍ଟର

ଓଡିଶା ଭାସ୍କର: ବାଂଲାଦେଶରେ ଦେଖାଦେଇଥିବା ରାଜନୈତିକ ସଂକଟ ଏବେ ଭାରତରେ ପ୍ରଭାବ ପକାଉଛି । ଫଳରେ ଭାରତର ଆର୍ଥିକ ସ୍ଥିତି ମଧ୍ୟ ଧୀରେ ଧୀରେ ଦୋହଲିବାରେ ଲାଗିଛି । ସାଧାରଣତଃ ଗାରମେଣ୍ଟସ୍ ଓ ନିଟେଡ ସେକ୍ଟର ଉପରେ ଏହାର ପ୍ରଭାବ ବେଶୀ ଦେଖିବାକୁ ମିଳିଛି । ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଏହାକୁ ସ୍ୱୀକାର କରିଛନ୍ତି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରିଜର୍ଭ ବ୍ୟାଙ୍କର ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟର୍ସର ବୈଠକ ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହା କହିଛନ୍ତି । ସେ କହିଛନ୍ତି ଯେ, ପଡୋଶୀ ଦେଶ ବାଂଲାଦେଶରେ ହେଉଥିବା ବର୍ତ୍ତମାନର ଅସ୍ଥିରତା ଫଳରେ ଭାରତର ଗାରମେଣ୍ଟସ ସେକ୍ଟର ଉପରେ ପ୍ରଭାବ ଅନୁଭୂତ ହୋଇଛି । ଏହା କିଛି ସମୟ ପାଇଁ ଅନିଶ୍ଚିତତା ଦେଇ ଗତି କରୁଛି ।

ମାତ୍ର, ଅର୍ଥମନ୍ତ୍ରୀ ବିସ୍ତାର ଭାବରେ ଏହି ପ୍ରଭାବ ଉପରେ କିଛି ମତ ରଖି ନାହାନ୍ତି । ଭାରତ ନିମ୍ନ ଆୟର ଦେଶ ହୋଇଥିବାରୁ ଏହି ପ୍ରଭାବ ଦେଖା ଯାଉଥିବା କହିଛନ୍ତି ନିର୍ମଳା । ବିତ୍ତମନ୍ତ୍ରୀ ଭାରତୀୟ କମ୍ପାନୀଗୁଡିକ ବାଂଲାଦେଶରେ କରିଥିବା ନିବେଶ ଉପରେ ମଧ୍ୟ ମତ ରଖିଛନ୍ତି । ସେ କହିଛନ୍ତି ଯେ, ନିବେଶ ସୁରକ୍ଷିତ ରହିଛି । ଭାରତ ଉପରେ ଆର୍ଥିକ ସ୍ଥିତି ଅଧିକ ପଡିପାରେ କି ପ୍ରଶ୍ନରେ ବିତ୍ତମନ୍ତ୍ରୀ କହିଛନ୍ତି ଯେ, ଏ ବାବଦରେ ଏବେ କହି ହେବ ନାହିଁ ।

Get real time updates directly on you device, subscribe now.