ପ୍ଲେଅଫରେ ହିଁ ୨୦୦ରୁ ଅଧିକ ରନ ବନେଇ ଦେଲେ ବଟଲର: ଭାଙ୍ଗିଲେ ଏହି ଖେଳାଳିଙ୍କ ରେକର୍ଡ

ଅହମ୍ମଦାବାଦ: ଆଉ ଏକ ବଡ ରେକର୍ଡ ନିଜ ନାମରେ କରିଛନ୍ତି ରାଜସ୍ଥାନ ରୟାଲ୍ସର ଷ୍ଟାର ବ୍ୟାଟ୍ସମ୍ୟାନ ଜୋସ ବଟଲର । ଆଇପିଏଲ ଇତିହାସରେ ସେ ଏକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି । କେବଳ ପ୍ଲେଅଫରେ ହିଁ ୨୦୦ ବା ତାଠାରୁ ଅଧିକ ରନ କରିବାରେ ସେ ପ୍ରଥମ ଖେଳାଳି ପାଲଟିଛନ୍ତି । ଆଇପିଏଲ-୨୦୨୨ ଫାଇନାଲ ମ୍ୟାଚରେ ଏମିତି କାରନାମା ରଚିଛନ୍ତି ଜୋସ ବଟଲର ।

IPL 2022, Qualifier 2, RR vs RCB - Kumar Sangakkara on Jos Buttler: 'Can't remember anyone batting this well in the IPL'

ଟସ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ରାଜସ୍ଥାନ ଫାଇନାଲ ମ୍ୟାଚରେ ସାମାନ୍ୟ ସଂଘର୍ଷ କରୁଛି । ଦଳର ଅନେକ ଭରଷାଯୋଗ୍ୟ ବ୍ୟାଟ୍ସମ୍ୟାନ ଆଜିର ମ୍ୟାଚରେ ଫେଲ ମାରିଛନ୍ତି । ଏମିତି କି ସିଜନର ଅରେଞ୍ଜ କ୍ୟାପ ହୋଲ୍ଡର ଜୋସ ବଟଲର ମଧ୍ୟ ୩୯ ରନ କରି ପାଭିଲିୟନ ଫେରିଛନ୍ତି । ତେବେ ଏହାରି ମଧ୍ୟରେ ସେ ଏକ ରେକର୍ଡ ନିଜ ନାମରେ କରି ନେଇଛନ୍ତି । କୌଣସି ସିଜନର କେବଳ ପ୍ଲେଅଫରେ ହିଁ ସର୍ବାଧିକ ସ୍କୋର କରିବାରେ ସେ ନିଜ ନାମ ଶୀର୍ଷରେ ପହଞ୍ଚାଇଛନ୍ତି । କ୍ୱାଲିଫାୟାର-୧ରେ ୮୯ ଏବଂ କ୍ୱାଲିଫାୟାର-୨ରେ ୧୦୬ ରନର ବିଶାଳ ପାରି ସହିତ ୧୯୫ ରନ କରିଥିଲେ ବଟଲର । ଏହାପରେ ଫାଇନାଲରେ ୩୯ ରନ କରି ସେ ଏହି ରେକର୍ଡ ନିଜ ନାମରେ କରିଛନ୍ତି । ଏମିତି ମାମଲାରେ ସେ ଦିଲ୍ଲୀ ତଥା ଅଷ୍ଟ୍ରେଲିଆର ଷ୍ଟାର ଖେଳାଳି ଡାଭିଟ ୱାର୍ଣ୍ଣରଙ୍କୁ ପଛରେ ପକାଇଛନ୍ତି ।

I'll Leave That To Jos Buttler" David Warner Gave A Hilarious Reply

୨୫ ରନ କରିବା ସମୟରେ ୱାର୍ଣ୍ଣରଙ୍କର ୨ଟି ରେକର୍ଡ ଭାଙ୍ଗିଛନ୍ତି ବଟଲର । କୌଣସି ସିଜନର ପ୍ଲେଅଫରେ ସର୍ବାଧିକ ରନ କରିବାରେ ସେ ଶୀର୍ଷରେ ପହଞ୍ଚିଛନ୍ତି । ହାଇଦ୍ରବାଦ ପକ୍ଷରୁ ୱାର୍ଣ୍ଣର ୨୦୧୬ରେ ସର୍ବାଧିକ ୧୯୦ ରନ ସଂଗ୍ରହ କରିଥିଲେ । ଏହା ସହିତ ବଟଲରଙ୍କର ସିଜନର ସମୁଦାୟ ସ୍କୋର ୮୬୩ରେ ପହଞ୍ଚିଛି । ଏମିତି କରିବାରେ ସେ ଦ୍ୱିତୀୟ ଖେଳାଳି ପାଲଟିଛନ୍ତି । ୨୦୧୬ରେ କୋହଲି ୯୭୩ ରନ ସଂଗ୍ରହ କରିଥିବା ବେଳେ ୱାର୍ଣ୍ଣର ୮୪୮ ରନ କରିଥିଲେ ।