fbpx
BSKY SKY
BSKY SKY

ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର, ନିବେଶ ହେବ ୩ ହଜାର କୋଟି

BSKY

ଭୁବନେଶ୍ୱର: ପାରାଦୀପ ବନ୍ଦରକୁ ୩,୦୦୪.୬୩ କୋଟି ଟଙ୍କା ବିନିମୟରେ ଏକ ବିଶ୍ୱ-ସ୍ତରୀୟ ଆଧୁନିକ ବନ୍ଦର ଭାବରେ ବିକଶିତ କରାଯିବ । ଯେଉଁଥିରେ ବଡ଼ ଆକାରର କ୍ୟାପ୍ସାଇଜ ଜାହାଜକୁ ମଧ୍ୟ ସମ୍ଭାଳିବାର କ୍ଷମତା ରହିବ । ବନ୍ଦର ଏବଂ ଜଳମାର୍ଗ ମନ୍ତ୍ରାଳୟ ରବିବାର ଏକ ବିବୃତ୍ତିରେ ଏନେଇ ସୂଚନା ଦେଇଛି । ମନ୍ତ୍ରାଳୟ କହିଛି ଯେ ଏହି ପରିଯୋଜନା ଅନୂଯାୟୀ ପାରାଦୀପ ବନ୍ଦରର ବିକାଶ ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନରସିପ୍ ମଡେଲରେ କରାଯିବ ।

କ୍ୟାପ୍ସାଇଜ ଜାହାଜ ମାଲବାହୀ ଶ୍ରେଣୀରେ ସବୁଠୁ ବଡ଼ ଜାହାଜ ଅଟେ । ଯାହା ଲୁହାପଥର ଏବଂ କୋଇଲା ଭଳି ମାଲ ପରିବହନ କରାଯାଇଥାଏ । କ୍ୟାପ୍ସାଇଜ୍ ଜାହାଜ ଏହାର ବଡ଼ ଆକାର ଯୋଗୁଁ ପାନାମା କେନାଲରେ ଯାତାୟତ କରପାରେନାହିଁ ଏବଂ ପ୍ରଶାନ୍ତ ଏବଂ ଆଟଲାଣ୍ଟିକ୍ ମହାସାଗର ମଧ୍ୟରେ ଯିବା ପାଇଁ କେପ ଅଫ୍ ଗୁଡ ହୋପ ଚାରିପାଖରେ ଚକ୍କର ଲଗାଇବାକୁ ପଡ଼ିଥାଏ ।

ବିବୃତ୍ତିରେ କୁହାଯାଇଛି ଯେ, ପାରାଦୀପ ବନ୍ଦରର ଆଧୁନିକୀକରଣରେ ୨,୦୪୦ କୋଟି ଟଙ୍କା ଖର୍ଚ୍ଚହେବ । କେନ୍ଦ୍ର ବନ୍ଦର ଏବଂ ନୌବାଣିଜ୍ୟ ଏବଂ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ କହିଛନ୍ତି ଯେ ଏହି ପରିଯୋଜନା ପାରାଦୀପ ବନ୍ଦରକୁ ଏକ ମେଗା ବନ୍ଦର କରିବା ଦିଗରେ ମାଇଲଖୁଣ୍ଟ ହେବ । ସେ କହିଛନ୍ତି ଯେ ଏହା ପୂର୍ବ ରାଜ୍ୟମାନଙ୍କ ବିକାଶରେ ପ୍ରଧାନମନ୍ତ୍ରୀଙ୍କ ଭିଜନର ଫଳାଫଳ ।

ସେ ଆହୁରି କହିଛନ୍ତି ଏହି ଯୋଜନା ଦ୍ୱାରା ବନ୍ଦରରେ ଭିଡ଼ କମିବ, ସାମୁଦ୍ରିକ ମାଲ ପରିବହନ ଭଡ଼ା କମ୍ ହେବ, କୋଇଲା ଆମଦାନୀ ଶସ୍ତା ହେବ ଏବଂ ବନ୍ଦରର ଭିତର ଅଞ୍ଚଳରେ ଔଦ୍ୟୋଗିକ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ମିଳିବ ।

Get real time updates directly on you device, subscribe now.