fbpx

ଏହି ବାରରେ କିଣନ୍ତୁ ବେଲଣା କାଠି ଓ ପେଡି : ଘରକୁ ଆସିଥାଏ ସୁଖ ଏବଂ ସମୃଦ୍ଧି

Advertisement

ଭୁବନେଶ୍ୱର : ବାସ୍ତୁ ଶାସ୍ତ୍ରରେ ଅନେକ ମହତ୍ତ୍ୱପୂର୍ଣ୍ଣ ଜିନିଷ ବର୍ଣ୍ଣନା କରାଯାଇଛି। ଗୃହ ନିର୍ମାଣ ଠାରୁ ଆରମ୍ଭ କରି ଗୃହ ପ୍ରବେଶ ପର୍ଯ୍ୟନ୍ତ ବାସ୍ତୁ ନିୟମ ରହିଛି । ଏହା ବ୍ୟତୀତ ଘରେ ଥିବା ପ୍ରତ୍ୟେକ ଜିନିଷ ପାଇଁ ବାସ୍ତୁ ନିୟମ ରହିଛି। ଏହି ନିୟମର ପାଳନ କରିବା ଦ୍ୱାରା ଘରେ ସୁଖ ଓ ସମୃଦ୍ଧି ପ୍ରବେଶ କରିଥାଏ । ବାସ୍ତୁ ନିୟମ ପ୍ରତି ଅଣଦେଖା କରିବା ଦ୍ୱାରା ଜୀବନରେ ସମସ୍ୟା ଲାଗି ରହିବା ସହ ଧନହାନୀ ମଧ୍ୟ ହୋଇଥାଏ। ସେହିଭଳି କେତେକ ଜିନିଷ କିଣିବାର ନିର୍ଦ୍ଦିଷ୍ଟ ବାର ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା ବେଲେଣା କାଠି ଓ ପେଡି ସହ ଜଡିତ କିଛି ବାସ୍ତୁ ନିୟମ ଓ କେଉଁ ବାରରେ ଏହାକୁ କିଣିବା ଦ୍ୱାରା ଶୁଭଫଳ ମିଳିଥାଏ ।

ବାସ୍ତୁ ଅନୁଯାୟୀ, ବେଲଣା କାଠି ଓ ପେଡିକୁ ବ୍ୟବହାର ପରେ ତୁରନ୍ତ ସଫା କରନ୍ତୁ ଓ ସଫା କରିବା ପରେ ଏହାକୁ ଶୁଖାଇ ରଖନ୍ତୁ। ଏହାକୁ ଆଦୌ ଅପରିଷ୍କାର ରଖନ୍ତୁ ନାହିଁ। ପ୍ରତ୍ୟେକ ଦିନ ଏହାର ବ୍ୟବହାର ପରେ ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏହାକୁ ଅପରିଷ୍କାର ରଖିବା ଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ ଓ ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି।

ବେଲଣା କାଠି ଓ ପେଡିକୁ କିଣିବା ପାଇଁ ଗୁରୁବାର ଦିନ ସବୁଠାରୁ ଶୁଭଙ୍କର ବୋଲି କୁହାଯାଏ। ଏହି ଦିନ ବେଲଣା କାଠି ଓ ପେଡି କିଣିବା ଦ୍ୱାରା ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ଏହା ବ୍ୟତୀତ ବୁଧବାର ଦିନ ମଧ୍ୟ ଏହାକୁ କିଣିପାରିବେ । କିନ୍ତୁ ମଙ୍ଗଳବାର ଓ ଶନିବାର ଭୁଲ୍‌‌ରେ ମଧ୍ୟ ଏହାକୁ କିଣନ୍ତୁ ନାହିଁ । କାରଣ ଏହି ଦୁଇ ବାରରେ ବେଲଣା କିଣିବା ଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ ।

ବେଲଣା କାଠି ଓ ପେଡି କିଣିବା ସମୟରେ ଏହାର ଶେଷ ଅଂଶ ତଳ ଉପର ନ ହୋଇ ସମତଳ ହେବା ଆବଶ୍ୟକ । ଯେପରି ରୁଟି, ପୁରୀ ,ପରଟା ଆଦି ବେଲିବା ସମୟରେ ଶବ୍ଦ ନ ହେଉଥିବ। ଏହି ଦିଗ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ। ଶବ୍ଦ ହେବା ଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହେବା ସହ ପରିବାରରେ ଅଶାନ୍ତି ଲାଗି ରହିଥାଏ । ଏହା ବ୍ୟତୀତ ଆର୍ଥିକ ସମସ୍ୟା ମଧ୍ୟ ଲାଗି ରହେ ।

Get real time updates directly on you device, subscribe now.