fbpx

ଆହୁରି ଶସ୍ତା ହେବ ଇଲେକ୍ଟ୍ରିକ୍ ଟୁ-ହ୍ୱୀଲର, ଜାଣନ୍ତୁ କେମିତି…

Advertisement

ନୂଆଦିଲ୍ଲୀ: ଦେଶରେ ଇଲେକ୍ଟ୍ରିକ ଟୁ-ହ୍ୱୀଲର କିଣିବା ଏବେ ଶସ୍ତା ହେବାକୁୁ ଯାଉଛି । କାରଣ ଭାରତରେ ଇଲେକ୍ଟ୍ରିକ ବାହନର ବିକ୍ରି ଏବଂ ମ୍ୟାନୁଫ୍ୟାକଚରିଂକୁ ପ୍ରୋତ୍ସାହନ ଦେବାକୁ କେନ୍ଦ୍ର ସରକାର ସବସିଡି ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଭାରୀ ଉଦ୍ୟୋଗ ବିଭାଗ ପକ୍ଷରୁ ଶୁକ୍ରବାର ଏକ ବିଜ୍ଞପ୍ତି ଜାରି ହୋଇଛି । ଇଲେକ୍ଟ୍ରିକ ଟୁ-ହ୍ୱୀଲର ଯାନ ପାଇଁ ପ୍ରୋତ୍ସାହନକୁ ବଢ଼ାଯାଇଛି ଏବଂ ଏହାକୁ ୧୫,୦୦୦ ଟଙ୍କା ପ୍ରତି kWhକରିଦିଆଯାଇଛି । ଯାହା ପୂର୍ବରୁ ଦିଆଯାଉଥିବା ସବସିଡି ଦର ଠାରୁ ୫୦୦୦ ଟଙ୍କା ପ୍ରତି kWh ଅଧିକ ରହିଛି ।

ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଟୁ-ହ୍ୱୀଲର କିଣୁଥିବା ଗ୍ରାହକଙ୍କୁ ଫାଇଦା ମିଳିବ । ଏହି ପରିପେକ୍ଷୀରେ ଭାରତରେ ଇଲେକ୍ଟ୍ରିକ ବାହନ ତିଆରି କରୁଥିବା ଏଥର ଏନର୍ଜି ପ୍ରଥମ କମ୍ପାନି ଯାହା ଗ୍ରାହକଙ୍କୁ ବଢ଼ିଥିବା ସବସିଡି ଦେବା ଆରମ୍ଭ କରିଦଇଛି । କମ୍ପାନି ଏହାର ୪୫୦ଏକ୍ସ ଇଲେକ୍ଟ୍ରିକ ସ୍କୁଟରର ଦାମ କମ କରିଛି । ଏଥର ଏନର୍ଜି ତରଫରୁ କୁହାଯାଇଛି ଏଥର ୪୫୦ଏକ୍ସ ସ୍କୁଟର ୧୪,୫୦୦ ଟଙ୍କା ଶସ୍ତାରେ ମିଳିବ । ତେବେ ଏହି ଫେମ ୨ ସ୍କିମ ଅନ୍ତର୍ଗତ ମିଳିବାକୁ ଥବା ସବସିଡିର ଲାଭ କେବଳ ନିର୍ଦ୍ଦିଷ୍ଟ କିଛି ଇଲେକ୍ଟ୍ରିକ ସ୍କୁଟରରେ ହିଁ ମିଳିପାରିବ । ଏହି ସୁବିଧା ପାଇଁ ଇଲେକ୍ଟ୍ରିକ ସ୍କୁଟରର ସର୍ବନିମ୍ନ ଡ୍ରାଇଭ ରେଞ୍ଜ ୮୦ କିଲୋମିଟର ଏବଂ ସ୍ପିଡ ସର୍ବାଧିକ ୪୦ କିମି ପ୍ରତିଘଣ୍ଟା ହେବା ଦରକାର । ଏହା ଛଡା, ଫୁଲ ଚାର୍ଜିଂ ପାଇଁ ଆବଶ୍ୟକ ଏନର୍ଜୀ ସର୍ବାଧିକ ୮ ୟୁନିଟ ହେବା ଦରକାର । ଏତିକି ନୁହେଁ ଗାଡ଼ିର ଯନ୍ତ୍ରାଂଶ ୭୫% ଭାରତୀୟ ହେବା ଦରକାର ।

ଏଥର ଏନର୍ଜିର ସିଇଓ ତଥା ସହ ସଂସ୍ଥାପକ ତରୁଣ ମେହତା କହିଛନ୍ତି ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ମହାମାରୀ ସତ୍ତେ୍ୱ ଇଲେକ୍ଟ୍ରିକ ବାହନ ବିକ୍ରି କ୍ଷେତ୍ରରେ ବୃଦ୍ଧି ଘଟିଛି । ସେ ଆହୁରି କହିଛନ୍ତି ସରକାର ଏହିଭଳି ଭାବରେ ସ୍ୱଦେଶୀ ଇଲେକ୍ଟ୍ରିକ ଟୁ ହ୍ୱୀଲରକୁ ପ୍ରୋତ୍ସାହନ ଦେଲେ ଭାରତ ନିର୍ମାଣ କ୍ଷେତ୍ରରେ ଏକ ହବ୍ ହୋଇପାରିବ ।

Get real time updates directly on you device, subscribe now.