fbpx

୨୦୫୦ ବେଳକୁ ମୁମ୍ବାଇର ୮୦ ପ୍ରତିଶତ ଅଞ୍ଚଳ ସମୁଦ୍ରରେ ଲୀନ ହୋଇଯିବ: ବିଏମସି କମିଶନର୍

ମୁମ୍ବାଇ: ୨୦୫୦ ବେଳକୁ ନରୀମନ୍ ପଏଣ୍ଟ ଜିଲ୍ଲା ଏବଂ ରାଜ୍ୟ ସଚିବାଳୟ ସହିତ ଦକ୍ଷିଣ ମୁମ୍ବାଇର ଏକ ବଡ଼ ଅଂଶ ସମୁଦ୍ରରେ ଲୀନ ହୋଇଯିବ । ଏହିଭଳି କିଛି ଭବିଷ୍ୟବାଣୀ କରିଛନ୍ତି ମୁମ୍ବାଇର ବିଏମସି କମିଶନର ଇକବାଲ୍ ସିଂହ ଚହଲ । ବର୍ତ୍ତମାନ ମୁମ୍ବାଇରେ ଗୋଟିଏ ଦିନ ପ୍ରବଳ ବର୍ଷା ହେଲେ ପୂରା ସହର ଜଳମଗ୍ନ ହୋଇଯାଉଛି । ଏହିପରି ଦୃଶ୍ୟ ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି । ନିକଟରେ କିଛି ଦୃଶ୍ୟ ଏହିପରି ଦେଖିବାକୁ ମିଳିଥିଲା । କେଉଁଠି ରେଳ ଟ୍ରାକ୍ ଜଳଗ୍ନ ହୋଇଛି ତ କେଉଁଟି ଗଳିକନ୍ଦିରେ ପାଣି ଭର୍ତ୍ତି ହୋଇରହିଛି । ତେବେ ଏସବୁ ଭିତରେ ବିଏମସି କମିଶନର୍ ଏପରି କିଛି ଭବିଷ୍ୟବାଣୀ କରିଛନ୍ତି ।

ସୂଚନା ଅନୁସାରେ, ରାଜ୍ୟ ପର୍ୟ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କ ଦ୍ୱାରା ଶୁକ୍ରବାର ଦିନ ଜଳବାୟୁ କାର୍ୟ୍ୟ ଯୋଜନା ଏବଂ ଓ୍ବେବସାଇଟ୍ ଉଦଘାଟନ ହୋଇଥିଲା । ଏହି ଅବସରରେ ବିଏମସି କମିଶନର ଚହଲ କହିଛନ୍ତି, ଦକ୍ଷିଣ ମୁମ୍ବାଇର ଏ, ବି, ସି ଏବଂ ଡି ଓ୍ବାର୍ଡର ୭୦ ପ୍ରତିଶତ ଅଂଶ ଜଳବାୟୁ ପରିବର୍ତ୍ତନ ହେତୁ ଜଳମମ୍ନ ହୋଇଯିବ। କଫ୍ ପରେଡ୍, ନରୀମନ ପଏଣ୍ଟ ଏବଂ ମନ୍ତ୍ରାଳୟ ଭଳି ୮୦ ପ୍ରତିଶତ ଅଞ୍ଚଳ ପାଣିରେ ଡୁବି ଯିବ । ଏହାର ଅର୍ଥ ଏହି ସବୁ ଅଞ୍ଚଳ ଗାଏବ ହୋଇଯିବ। ତେଣୁ ଏବେ ଠାରୁ ସତର୍କ ହେବା ଆବଶ୍ୟକ ।

ବିଏମସି କମିଶନର ଆହୁରି ବି କହିଛନ୍ତି, ୨୦୫୦ ବେଶୀ ଦୂର ନାହିଁ ଆଉ କେବଳ ୨୫-୩୦ ବର୍ଷର କଥା । ଏହା ଦ୍ବାରା ଆଗାମୀ ପିଢ଼ି ନୁହେଁ ବରଂ ବର୍ତ୍ତମାନ ବସବାସ କରୁଥିବା ଲୋକମାନେ ମଧ୍ୟ ପରିଣାମ ଭୋଗିବେ ବୋଲି ସେ କହିଛନ୍ତି। ଗତ ୧୫ ମାସରେ ୩ ଥର ବାତ୍ୟା ଆସିଛି । ତାପରେ ୫ ଅଗଷ୍ଟ ୨୦୨୦ରେ ନରୀମନ ପଏଣ୍ଟରେ ପାଖାପାଖି ୫ରୁ ୫.୫ ଫୁଟ୍ ପାଣି ଜମା ହୋଇଯାଇଥିଲା ।

Get real time updates directly on you device, subscribe now.