fbpx

ବାଇ-ଲ’ ପ୍ରତ୍ୟାହାର ପ୍ରସଙ୍ଗ: କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

ଭୁବନେଶ୍ୱର, ୧୩ା୨ (ଓଡିଶା ଭାସ୍କର):: ବାଇ-ଇ’ ପ୍ରତ୍ୟାହାର ପ୍ରସଙ୍ଗରେ ଆଜି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟିଛନ୍ତି ଓଡ଼ିଶାର ବିଜେଡି ସାଂସଦ । ବିଜେଡି ସାଂସଦଙ୍କର ଏକ ଟିମ୍ ମନ୍ତ୍ରୀଙ୍କୁ ଭେଟି ଲିଙ୍ଗରାଜ ମନ୍ଦିର ବାଇ-ଇ’ ପ୍ରତ୍ୟାହାର ପ୍ରସଙ୍ଗରେ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନଏମଏ) ଅନନ୍ତ ବାସୁଦେବ ଓ ବ୍ରହ୍ୱେଶ୍ୱର ମନ୍ଦିର ପାଇଁ ଅଧିନିୟମ ଜାରି କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ବାଇ-ଲ’ ପ୍ରତ୍ୟାହାର ପାଇଁ ଦାବି କରିଥିଲେ । ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଏହି ବାଇ-ଲ’ ପ୍ରତ୍ୟାହାର ପାଇଁ ଦାବି କରିବାକୁ ଓଡ଼ିଶାର ସାଂସଦମାନଙ୍କୁ ଅନୁରୋଧ କରିଥିଲେ । ପୂର୍ବରୁ ପୁରୀ ଜଗନ୍ନାଥ ମନ୍ଦିର ପାଇଁ ବାଇ-ଲ’ ଜାରି କରଯାଇଥିଲେ ମଧ୍ୟ ସରକାରଙ୍କ ବିରୋଧ ପରେ ତାହାକୁ ପ୍ରତ୍ୟାହାର କରିନିଆଯାଇଥିଲା । ରାଜ୍ୟର ଧାର୍ମିକ ସମ୍ବେଦନଶୀଳ ପ୍ରସଙ୍ଗରେ କେନ୍ଦ୍ରୀୟ ସଂସ୍ଥା ନିଷ୍ପତ୍ତି ନେବା ବେଳେ ରାଜ୍ୟକୁ ବିଶ୍ୱାସକୁ ନେବା ଦରକାର ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଥିଲେ ।

Get real time updates directly on you device, subscribe now.