fbpx

କ୍ୟାବିନେଟ୍ ନିଷ୍ପତ୍ତି:୧୭ ପ୍ରସ୍ତାବକୁ ମୋହର,ନିଯୁକ୍ତି ପାଇଁ ଖୋଲିଲା ଦ୍ୱାର

ଭୁବନେଶ୍ୱର (ଭାସ୍କରନ୍ୟୁଜ ): ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟମବୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ୧୭ଟି ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି ।ଓଡ଼ିଶା ପୋଷାକ ଓ ବୟନଶିଳ୍ପ ନୀତି- ୨୦୨୨ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ଏହା ଫଳରେ ଓଡ଼ିଶାରେ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏଥିସହ ଏହା ଆନୁଷଙ୍ଗିକ ଶିଳ୍ପ ପ୍ରତିଷ୍ଠାରେ ସହାୟକ ହୋଇ ପାରିବ । ସେହିପରି ଓଡ଼ିଶା କାରଖାନା ଓ ବାଷ୍ପିତ ନିରୀକ୍ଷଣ ସେବାକୁ ମଧ୍ୟ ମଞ୍ଜୁରି ପ୍ରଦାନ କରାଯାଇଛି । ଏହି ସେବାର ମୂଳ ପଦବୀ ଆସିଷ୍ଟାଣ୍ଟ ଡାଇରେକ୍ଟର ଚୟନ ଲାଗି ଲିଖିତ ଓ ସାକ୍ଷାତକାର ପରୀକ୍ଷା ଲୋକସେବା ଆୟୋଗ ଦ୍ୱାରା କରାଯିବ ।

ଅନ୍ୟପକ୍ଷରେ ଓଡ଼ିଶା ଚଳଚିତ୍ର ଦମନକୁ ଟିକସ ମୁକ୍ତ କରିବା ପାଇଁ ପୂର୍ବ ନିଷ୍ପତ୍ତି କ୍ୟାବିନେଟର ଅନୁମୋଦନ ଲାଭ କରିଛି । ପର୍ଯ୍ୟଟନ କ୍ଷେତରେ ପୁଞ୍ଜି ବିନିଯୋଗକୁ ପ୍ରୋତ୍ସାହିତ କରାଯିବା ସହିତ ସ୍ୱାସ୍ଥ୍ୟ ଓ ମେଡ଼ିକାଲ ଟୁରିଜିମ୍କୁ ପର୍ଯ୍ୟଟନ ଉଦ୍ୟେଗ ଭାବେ ଅନୁମୋଦନ ହେବା ଦିଗରେ ବ୍ୟବସ୍ଥା ରହିଛି । ସେହିପରି ଜୁନିୟରଷ୍ଟେନୋଗ୍ରାଫର, ଜୁନିୟର ଟାଇପିଷ୍ଟ,ଡାଟା ଅପରେଟର ଓ ଜୁନିୟର କ୍ଲର୍କ କମ୍ ଟାଇପିଷ୍ଟ ପଦବୀ ପାଇଁ ମିଳିତ ନିଯୁକ୍ତି ନିୟମାବଳୀ କ୍ୟାବିନେଟର ମଞ୍ଜୁରି ପାଇଛି । ଏହାଦ୍ୱାରା ପରୀକ୍ଷା ଗୁଡ଼ିକ ସୁବ୍ୟବସ୍ଥିତ ହୋଇ ପାରିବ ।

ସେହିପରି ଅମଳ ପରବର୍ତ୍ତୀ କ୍ଷତି ଏବଂ ଉଦ୍ୟାନ କୃଷି ଉତ୍ପାଦର ବ୍ରାଣ୍ଡିଂ, ପ୍ୟାକେଜିଂ ଓ ମାର୍କେଟିଂ କ୍ଷେତ୍ରକୁ ସହାୟତା ଯୋଗାଇବା ସହ କୃଷକମାନଙ୍କୁ ଆର୍ଥିକ ସହାୟତା ଦେବା ଉଦ୍ଦେଶ୍ୟରେ ଅମଳ ପରବର୍ତ୍ତୀ ପରିଚାଳନା ଏବଂ ଉଦ୍ୟାନ କୃଷିର ଅମଳପରବର୍ତ୍ତୀ ବିପଣନରେ ସହାୟତା ଯୋଜନା ମଧ୍ୟ କ୍ୟାବିନେଟ ଅନୁମୋଦନପାଇଛି । ସେହିପରି ଓଡ଼ିଶା ଲଜିଷ୍ଟିକ ପଲିସକୁ ମଧ୍ୟ ମଞ୍ଜୁରି ଦିଆଯାଇଛି । ସେହିପରି ଯାନବାହାନ ଜନିତ ବାୟୂ ପ୍ରଦୂଷଣ କମ କରିବାରେ ଓଡ଼ିଶା ବେସାମରିକ ବିମାନ ଚଳାଚଳ ନୀତି, ସ୍କ୍ରାପିଂ ପଲିସି, ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି, ଓଡ଼ିଶା ରପ୍ତାନି ପଲିସି, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଦୁଇଟି ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ଦିଆଯାଇଛି ।

Get real time updates directly on you device, subscribe now.