fbpx

‘ଆମ ଓଡିଶା ନବୀନ ଓଡିଶା’ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ: ବୈଠକରେ ୯ଟି ପ୍ରସ୍ତାବରେ ମୋହର

ଭୁବନେଶ୍ୱର: ଆଜି ଶେଷ ହୋଇଛି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ରାଜ୍ୟ ସରକାରଙ୍କ ତରଫରୁ ମୋଟ ୯ଟି ପ୍ରସ୍ତାବ ଉପରେ ମୋହର ମିଳିଥିବା ସୂଚନା ମିଳିଛି । ତେବେ ଏହି ବୈଠକର ସବୁଠାରୁ ବଡ ଯୋଜନା ହେଉଛି ‘ଆମ ଓଡିଶା ନବୀନ ଓଡିଶା’ ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନୂଆ ଯୋଜନାକୁ ଗ୍ରୀନ ସିଗନାଲ ମିଳିଛି ।

ପଞ୍ଚାୟତିରାଜ ବିଭାଗରେ ଏହି ନୂଆ ଯୋଜନା କାର୍ଯ୍ୟକାରୀ ହେବ । ରାଜ୍ୟ ସରକାରଙ୍କର ଏହି ନୂଆ ଯୋଜନା ପାଇଁ ୪ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହି ଯୋଜନା ଅଧୀନରେ ପ୍ରତ୍ୟେକ ପଞ୍ଚାୟତ ପିଛି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପ୍ରଦାନ କରାଯାଇ ପାରିବ । ଏହି ଅର୍ଥରୁ ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାର ପ୍ରୋତ୍ସାହନ ମଧ୍ୟ କରାଯିବ । ତେବେ ଉପାସନା ସ୍ଥଳୀରେ ପର୍ଯ୍ୟଟକମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ପାରିବ । ନବୀନବାବୁଙ୍କ ବିକାଶଧାରାର ଏହା ଏକ ନୂଆ ଏବଂ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିବ ବୋଲି ଆଶା କରାଯାଉଛି । ପଞ୍ଚାୟତୱାରୀ ପ୍ରକଳ୍ପ ତାଲିକା ବ୍ଲକସ୍ତରରୁ ପ୍ରସ୍ତାବିତ ହେବ । ତେବେ ପ୍ରକଳ୍ପଗୁଡିକର ମୂଲ୍ୟ ଅଢେଇ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିବ ବୋଲି ଜାଣିବାକୁ ମିଳିଛି ।

Get real time updates directly on you device, subscribe now.