ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଲା । ତାଙ୍କ କାର୍ଯ୍ୟକାଳକୁ ସରକାର ଏକ ବର୍ଷ ପାଇଁ ବୃଦ୍ଧି କରିଥିବା ସୂଚନା ମିଳିିଛି । କାର୍ଯ୍ୟକାଳ ବୃଦ୍ଧିକୁ ନେଇ କ୍ୟାବିନେଟ୍ କମିଟି ଅନୁମୋଦନ ମିଳିଛି ।
କହିରଖୁୁଛୁ ଡିସେମ୍ବର ୩୧ରେ ମନୋଜଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା । ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାରେ ମନୋଜ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ।
କାର୍ଯ୍ୟକାଳ ବୃଦ୍ଧି କାହିଁକି ଜରୁରୀ ?
୧୯୯୦ ବ୍ୟାଚ୍ ଆଇଏଏସ୍ ମନୋଜ ଆହୁଜା ଚଳିତ ବର୍ଷ ୧ ଜୁଲାଇରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଆସନ୍ତା ବର୍ଷ ଭୁବନେଶ୍ୱରରେ ଜାନୁଆରୀ ୮ରୁ ୧୦ ୧୮ତମ ପ୍ରବାସୀ ଭାରତୀୟ ଦିବସ ଏବଂ ଜାନୁଆରୀ ୨୮-୨୯ ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା ଆୟୋଜିତ ହେବ । ଏହି ଉତ୍ସବରେ ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତି ଗୁରୁତ୍ୱପୂର୍ଣ୍ଣ ଅଟେ । ସେ ପ୍ରଦୀପ କୁମାର ଜେନାଙ୍କ ସ୍ଥାନରେ ନିଯୁକ୍ତ ହୋଇଥିଲେ ଯାହାଙ୍କ କାର୍ଯ୍ୟକାଳ ଜୁନ୍ ୩୦, ୨୦୨୪ରେ ଶେଷ ହୋଇଥିଲା । ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ମାଧ୍ୟମିକ ଶିକ୍ଷା ବୋର୍ଡ଼ର ଚେୟାରମ୍ୟାନ୍ ଥିଲେ ।