fbpx

ଖରିଫ ବିପଣନ ବର୍ଷ-୨୦୨୨-୨୩ ପାଇଁ ଖାଦ୍ୟ ଓ ସଂଗ୍ରହଣ ନୀତିକୁ କ୍ୟାବିନେଟ ମଞ୍ଜୁରୀ, ୭୧ ଲକ୍ଷ ମେଟ୍ରିକ୍ ଟନ ଧାନ ସଂଗ୍ରହ ଲକ୍ଷ୍ୟ

ଭୁବନେଶ୍ୱର: ଖରିଫ ବିପଣନ ବର୍ଷ (ବା ଧାନ ସଂଗ୍ରହ ବର୍ଷ) ୨୦୨୨-୨୩ ଅକ୍ଟୋବର ୧ , ୨୦୨୨ ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦, ୨୦୨୩ ରେ ସମାପ୍ତ ହେବ। ଏହି ବର୍ଷ ବ୍ୟାପୀ ଅବଧି ମଧ୍ୟରେ ରାଜ୍ୟ ସରକାର ଖରିଫ ଓ ରବି ଋତୁ ପାଇଁ ପୃଥକ ଭାବରେ ଧାନ ସଂଗ୍ରହ କରିବେ। ସର୍ବନିମ୍ନ ସହାୟକ ରାଶି ପ୍ରଦାନ ପଞ୍ଜିକୃତ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ ଏବଂ ନିଯୁକ୍ତିପ୍ରାପ୍ତ କଷ୍ଟମ ମିଲରମାନଙ୍କ ଦ୍ବାରା ଏହି ଧାନକୁ ମିଲିଂ କରାଯାଇ ସମତୁଲ୍ୟ ଚାଉଳ ସଂଗ୍ରହ କରାଯିବ। ସଂଗୃହିତ ଚାଉଳକୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାର ଆବଶ୍ୟକତା ପୂରଣ ପାଇଁ ବ୍ୟବହାର କରାଯିବ।

ବଳକା ଚାଉଳକୁ ଭାରତୀୟ ଖାଦ୍ୟ ନିଗମ (FCI) କୁ ପ୍ରଦାନ କରାଯିବ। ଭାରତୀୟ ଖାଦ୍ୟ ନିଗମ ସଂଗୃହୀତ ବଳକା ଚାଉଳକୁ ନିଅଣ୍ଟିଆ ରାଜ୍ୟମାନଙ୍କୁ ପ୍ରେରଣ କରିଥାନ୍ତି। ଧାନ ଓ ଡାଉଳ ସଂଗ୍ରହ ପରିଚାଳନା ସମ୍ପର୍କିତ ସମସ୍ତ ପ୍ରକ୍ରିୟାକୁ ସୁପରିଚାଳନା କରିବା ପାଇଁ ” ଖାଦ୍ୟ ଓ ସଂଗ୍ରହଣ ନୀତି , ୨୦୨୨-୨୩ ” କୁ ମାନ୍ୟବର କ୍ୟାବିନେଟ୍ ମଞ୍ଜୁରି ପ୍ରଦାନ କରିଛନ୍ତି।

ଖରିଫ ବିପଣନ ବର୍ଷ ୨୦୨୨-୨୩ ପାଇଁ ଅନ୍ତତଃ ୪୮ ଲକ୍ଷ ମେଟ୍ରିକ୍ ଟନର ଚାଉଳ ସଂଗ୍ରହ କରାଯିବ। ଧାନ ହିସାବରେ ଏହା ପ୍ରାୟ ୭୧ ଲକ୍ଷ ମେଟ୍ରିକ୍ ଟନ ହେବ। ଖରିଫ ଓ ଉଦ୍ଧିରେ ଧାନ ସଂଗ୍ରହତ ଧାର୍ଯ୍ୟ ଲକ୍ଷ୍ୟ ଯଥାକ୍ରମେ ୫୭ ଲକ୍ଷ ଓ ୧୪ ଲକ୍ଷ ମେଟ୍ରିକ୍ ଟନ ରହିବ। ଏହା ଠାରୁ ଅଧିକ ଧାନ ଯଦି ପଞ୍ଜିକୃତ ଚାଷୀଙ୍କଠାରୁ ମଣ୍ଡିକୁ ଆସିବ, ତାହା ମଧ୍ୟ ରାଜ୍ୟ ସରକାର କ୍ରୟ କରିବେ। ଆବଶ୍ୟକ ବଳରେ ମାନ୍ୟବର ମନ୍ତ୍ରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏହି ଧାର୍ଯ୍ୟ ଲକ୍ଷ୍ୟ ବୃଦ୍ଧି କରିପାରିବେ।

କେବଳ ପଞ୍ଜିକୃତ ଚାଷୀମାନଙ୍କ ଠାରୁ ସେମାନଙ୍କର ବଳକା ଧାନ ସଂଗ୍ରହ କରାଯିବ। ସରକାରଙ୍କୁ ଧାନ ବିକ୍ରି ପାଇଁ ‘ଆଧାର’ ହେବ ଏକ ମାତ୍ର ପରିଚୟ ପତ୍ର। ଧାନ ବିକ୍ରୟ ସମୟରେ ‘ଆଧାର’ ମାଧ୍ୟମରେ ପଞ୍ଜିକୃତ ଚାଷୀଙ୍କ ବାୟୋମେଟ୍ରିକ୍ ଚିହ୍ନଟୀକରଣ ପ୍ରକ୍ରିୟା ଅବଲମ୍ବନ କରାଯିବ। ଧାନ ବିକ୍ରୟ ପାଇଁ ଆଗୁଆ ସୂଚନା ପଞ୍ଜିକୃତ ଯୋଗ୍ୟ ଚାଷୀମାନଙ୍କୁ ଧାନ ସଂଗ୍ରହ ବାବଦ କ୍ରୟ ଦିବସ ଓ ପରିମାଣ ସମ୍ପର୍କର ଆଗୁଆ ସୂଚନା ମୋବାଇଲ ଫୋନକୁ ମେସେଜ ମାଧ୍ୟମରେ ସୂଚାର ଦିଆଯିବ। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଉପରେ ଗୁରୁତ୍ବ ସରକାରଙ୍କୁ ଧାନ ବିକ୍ରୟ କରିବା ପାଇଁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଗ୍ରାଧିକାର ପ୍ରଦାନ କରାଯିବ।

ଭାରତ ସରକାରଙ୍କ ନିର୍ବାରଣ ଅନୁସାରେ ସାଧାରଣ ଧାନ ଓ ଗୁଜ- ଇ ଧାନ ପାଇଁ ବିଶାଇ ପିଛା ସର୍ବନିମ୍ନ ସହାୟକ ମୂଖ୍ୟ (ଏମଏସପି) ଯଥାକ୍ରମେ ଡ .୨୦୪୦ / – ଓ ୬,୨୦୫୦ / – ହାରରେ ଚାଷୀଙ୍କୁ ପ୍ରଦାନ କରାଯିବ। ଚାଷୀଙ୍କ ଧାନ ବିକ୍ରୀ ବାବଦ ପ୍ରାପ୍ୟ ତାଙ୍କ ବ୍ୟାଙ୍କ ଖାତାକୁ ଅନଲାଇନ୍ ପ୍ରକ୍ରିୟାରେ ସିଧା ସଳଖ ପ୍ରେରଣ କରାଯିବ। ଧାନ ବିକ୍ରିର ୨୪ ରୁ ୧୮ ଘଣ୍ଟା ମଧ୍ୟରେ ସମାପନ କରାଯିବ।

Get real time updates directly on you device, subscribe now.