fbpx

ରବି ଫସଲର MSP ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରୀ; ବୟନ ଶିଳ୍ପ ପାଇଁ ୧୦ ହଜାର କୋଟି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁଧବାର ଦିନ ଏକ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ରବି ଫସଲର ନିମ୍ନତମ ସହାୟକ ମୂଲ୍ୟ(ଏମଏସପି) ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ବୟନ ଶିଳ୍ପର ଅଭିବୃଦ୍ଧି ପାଇଁ ୧୦ ହଜାର କୋଟି ଖର୍ଚ୍ଚ କରାଯିବାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୫ ବର୍ଷ ମଧ୍ୟରେ ବୟନ ଶିଳ୍ପ ପାଇଁ ୧୦ ହଜାର ୬୮୩ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଘୋଷଣା କରିଛନ୍ତି ଶିଳ୍ପ ବାଣିଜ୍ୟ ବିଭାଗ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି । ଏହା ସହିତ ସରକାର ରବି ଫସଲର ଏମଏସପି ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି ଯାହା ସମଗ୍ର ଦେଶର ଚାଷୀଙ୍କୁ ଉପକୃତ କରିବ ।

କ୍ୟାବିନେଟ ବୈଠକରେ ଏହି ଦୁଇଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ନେଇ ଶିଳ୍ପ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ସୂଚନା ଓ ପ୍ରସାରଣ ବିଭାଗ ମନ୍ତ୍ରୀ ଅନୁରାଗ ଠାକୁର ପ୍ରେସ ମିଟ କରି ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ପିଏଲଆଇ ଯୋଜନାରେ ପ୍ରାୟ ୭.୫ ଲକ୍ଷ ଚାଷୀ ଉପକୃତ ହୋଇ ପାରିବେ ବୋଲିୁ ଜଣାପଡିଛି । ଏହି ଉଦ୍ୟୋଗ ଗୁଡିକର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଠାଯାଇଥିବା ପଦକ୍ଷେପ ସ୍ୱାଗତଯୋଗ୍ୟ । ଏହି ପଦକ୍ଷେପ ଦ୍ୱାରା ଭାରତ ଅନ୍ତର୍ଜାତୀୟ କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିବ । ଭାରତରେ ତୁଳା ହେଉଥିବା ବେଳେ କପଡା ବାହାରେ ତିଆରି ହେଉଛି । ଏହାକୁ ସମ୍ପୂର୍ଣ୍ଣ ସ୍ୱଦେଶୀ କରାଯିବା ପାଇଁ ପ୍ରୟାସ କରାଯିବା ଆବଶ୍ୟକ ବୋଲି ଗୋୟଲ କହିଛନ୍ତି । ସରକାରଙ୍କ ପିଏଲଆଇ ଯୋଜନାରେ ଏହି ଆଶା ସଫଳ ହୋଇପାରିବ ବୋଲି ଗୋୟଲ କହିଛନ୍ତି ।

Get real time updates directly on you device, subscribe now.