fbpx
BJD
BJD SKY
BJD SKY

ଧରିତ୍ରୀ ମଧ୍ୟଭାଗରେ ବିରାଟ ଗର୍ତ୍ତ ଓ ଏଥିରେ ଭର୍ତ୍ତି ହେଉଛି ଭୂପୃଷ୍ଠର ପାଣି, ବିଶ୍ୱାସ ହେଉ ନ ଥିଲେ ଦେଖନ୍ତୁ ଭିଡିଓ

କାଲିଫର୍ଣ୍ଣିଆ: କ’ଣ ହେବ ଯଦି ଆମ ଧରିତ୍ରୀ ମଧ୍ୟରେ ଏକ ବିରୀାଟ ଗର୍ତ୍ତ ହୋଇଯିବ । ଏବେ ଆମେ ପାଣିକୁ ଭୂପୃଷ୍ଠ ଉପରେ ଦେଖୁଥିବା ବେଳେ ଏପରି ଘଟିଲେ ଆମେ ପାଣି ଭୂମଧ୍ୟକୁ ଯାଉଥିବାର ଦେଖିବା । ଏବେ ଏପରି କିଛି ଘଟଣା ଆମେରିକାରେ ଦେଖିବାକୁ ମିଳିଛି । ଯେଉଁଠାରେ ଧରିତ୍ରୀ ମଧ୍ୟଭାଗରେ ବିରାଟ ଗର୍ତ୍ତ ହୋଇଯାଇଛି ଓ ଏହା ଭିତରେ ପାଣି ଭର୍ତ୍ତି ହୋଇ ଯାଉଛି । ଏହି ଗର୍ତ୍ତରେ ପଡି ଜଣେ ମହିଳାଙ୍କ ମୃତ୍ୟୁ ବି ହୋଇଯାଇଛି ।
ଆମେରିକାର କାଲିଫର୍ଣ୍ଣିଆ ରାଜ୍ୟରେ ଏକ ବହୁତ ବଡ ମିଠା ପାଣି ଥିବା ବେରୀସା ହ୍ରଦ ରହିଛି । ଏହି ହ୍ରଦ ଉପରେ ମଣ୍ଟିସେଲୋ ବନ୍ଧ ନିର୍ମାଣ କରାଯାଇଛି । ଏହି ହ୍ରଦ ଭିତରେ ଏହି ଗର୍ତ୍ତ ତିଆରି କରାଯାଇଛି ଯାହା ହ୍ରଦର ପାଣିକୁ ଖାଲି କରିବା କାର୍ଯ୍ୟ କରିଥାଏ । ହ୍ରଦର ପାଣିକୁ ଏଇଥିପାଇଁ ପାଣି ଖାଲି କରାଯାଏ କି ନିକଟବର୍ତ୍ତୀ ଅଞ୍ଚଳରେ ଯେପରି ବନ୍ୟା ନ ଆସିବ ।

ଏହି ମଣ୍ଟିସେଲୋ ବନ୍ଧକୁ ୧୯୫୭ରେ ନିର୍ମାଣ କରାଯାଇଥିଲା । ଏହାର ବ୍ୟାସ ୨୨ ମିଟର । ଏହି ବନ୍ଧ ବେରୀସା ହ୍ରଦ ସହିତ ଏକ ଜଳସେଚନ ପ୍ରଣାଳୀର ଅଂଶ । ଏହାରି ମାଧ୍ୟମରେ ହିଁ ସେକ୍ରାମେଣ୍ଟୋ ଘାଟୀରେ ଚାଷ ଲାଗି ପାଣି ଉପଲବ୍ଧ କରାଯାଏ । ଜଣେ ୟୁଟ୍ୟୁବର ଏହି ଗର୍ତ୍ତ ଉପରେ ଡ୍ରୋନ ଉଡାଇ ଓ ଭିଡିଓ ରେକର୍ଡ କରିଛନ୍ତି । ଭିଡିଓରେ ପାଣି ଗର୍ତ୍ତ ମଧ୍ୟକୁ ଯାଉଥିବାର ଦେଖାଯାଉଛି ।

ମୋଣ୍ଟିସେଲୋ ଡ୍ୟାମରେ ଯେତେବେଳେ ବି ପାଣିର ସ୍ତର ବଢିଯାଏ ସେତେବେଳେ ପାଣି ବାହାର କରିବାକୁ ଏହି ଗର୍ତ୍ତର ଉପଯୋଗ କରାଯାଏ । ଗତ ୬ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଏହି ଗର୍ତ୍ତର ଉପଯୋଗ ୨୪ ବାର କରାସରିଲାଣି । ଯେତେବେଳେ ବି ଏହି ଅଞ୍ଚଳରେ ଭୀଷଣ ବର୍ଷା ହୋଇଥାଏ ସେତେବେଳେ ହ୍ରଦର ଜଳସ୍ତର ବଢିଯାଏ । ଏହି ସମୟରେ ଗର୍ତ୍ତ ସାହାଯ୍ୟରେ ପାଣି ସ୍ତରକୁ ନିୟନ୍ତ୍ରଣରେ ରଖାଯାଏ ।
ତେବେ ୧୯୯୭ରେ ଜଣେ ମହିଳା ଏହି ଗର୍ତ୍ତରେ ଖସିପଡି ମୃତ୍ୟୁବରଣ କରିଥିଲେ । ଏମିଲି ନାମକ ମହିଳା ହ୍ରଦରେ ବୋଟିଂ କରିବାକୁ ଯାଇଥିବା ସମୟରେ ଏପରି ଅଘଟଣ ଘଟିଥିଲା ।

Get real time updates directly on you device, subscribe now.