fbpx

ODI WORLD CUP 2023:ଖେଳାଳୀଙ୍କ ସହ ମନସ୍ତତ୍ତ୍ୱବିଦଙ୍କୁ ସାମିଲ କରି ଭାରତ ପଠାଇବ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)

ନୂଆଦିଲ୍ଲୀ:  ଭାରତରେ ଚଳିତ ବର୍ଷ ଅକ୍ଟୋବର ନଭେମ୍ବରରେ ଆୟୋଜିତ ହେବାକୁ ଯାଉଥିବା ଦିନିକିଆ ୱାର୍ଲ୍ଡକପକୁ ନେଇ ସାରା ବିଶ୍ୱର କ୍ରିକେଟ ଟିମ୍ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏହି କ୍ରିକେଟ ମହାକୁମ୍ଭରେ ୧୦ଟି ଦଳ ଭାଗ ନେବେ । ଏହି କ୍ରମରେ ପାକିସ୍ତାନ ଟିମ୍ ମଧ୍ୟ ଭାରତ ଆସିବେ । କିନ୍ତୁ ଏବେ ଖବର ମିଳିଛି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଏହାର ସ୍କ୍ୱାଡ ସହିତ ଜଣେ ମନସ୍ତତ୍ତ୍ୱବିଦଙ୍କୁ ସାମିଲ କରିବ । ତେବେ ପିସିବି ଅଧ୍ୟକ୍ଷ ଜାକା ଆସରଫ ଓ ଦଳର କ୍ୟାପଟେନ ବାବର ଆଜମଙ୍କ ମଧ୍ୟରେ ଆଲୋଚନା ପରେ ଏ ସଂପର୍କରେ ଶେଷ ନିଷ୍ପତ୍ତି ନିଆଯିବ ।
ଏବେ ବାବର ଲଙ୍କା ପ୍ରିମିୟର ଲିଗ୍(ଏଲପିଏଲ୍)ର ନେତୃତ୍ୱ ନେଉଛନ୍ତି । ସେଠାରୁ ଫେରିବା ପରେ ଆସରଫଙ୍କ ସହିତ ଏହି ବିଷୟକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ଜଣେ ପିସିବି ଅଧିକାରୀଙ୍କ ସୂଚନା ଅନୁସାରେ ଆସରଫଙ୍କ ବିଶ୍ୱାସ ବୋର୍ଡରେ ଜଣେ ମନସ୍ତତ୍ତ୍ୱବିଦଙ୍କୁ ସାମିଲ କରାଯିବା ଦ୍ୱାରା ଖେଳାଳୀମାନଙ୍କ ଚାପ କମ ହୋଇପାରିବ ଏବଂ ଆଇସିସି ୱାର୍ଲ୍ଡ କପ୍ ପରି ଇଭେଣ୍ଟରେ ସଫଳତା କ୍ଷେତ୍ରରେ ଦଳ ଆଗେଇ ପାରିବ ।

ଯେହେତୁ ୨୦୧୬ ପରେ ପାକିସ୍ତାନ ଟିମ୍ ପ୍ରଥମ ଥର ଲାଗି ଭାରତରେ ପ୍ରଦର୍ଶନ କରିବାକୁ ଯାଉଛନ୍ତି ତେଣୁ ଜଣେ ମନସ୍ତତ୍ତ୍ୱବିଦଙ୍କ ଉପସ୍ଥିତି ନିହାତି ଆବଶ୍ୟକ । ପୂର୍ବରୁ ମଧ୍ୟ ଆସରଫ ପିସିବିର ଅଧ୍ୟକ୍ଷ ଥିବା ସମୟରେ ମକବଲ ବାବ୍ରୀଙ୍କ ପରି ଜଣେ ପ୍ରତିଷ୍ଠିତ ମନସ୍ତତ୍ତ୍ୱବିଦଙ୍କୁ ଖେଳାଳୀଙ୍କ ସହାୟତା ଲାଗି ନିୟୋଜିତ କରିଥିଲେ । ୨୦୧୨/୧୩ରେ ବାବ୍ରୀ ପାକିସ୍ତାନ ଟିମ୍ ସହିତ ଭାରତ ଯାଇଥିଲେ । ଟୁର ସମୟରେ ଖେଳାଳୀମାନଙ୍କୁ ବାହ୍ୟଚାପରୁ ମୁକ୍ତ କରିବା ଲାଗି ଓ ସେମାନଙ୍କୁୁ ମାନସିକ ସ୍ତରରେ ସମର୍ଥନ ଦେବା ଲାଗି ଏହା ବହୁତ ଜରୁରୀ ବୋଲି ଆସରଫ କହିଛନ୍ତି ।
ଏଠାରେ ସୂଚାଇ ଦିଆଯାଇପାରେ ଯେ, ୨୦୧୧ ବିଶ୍ୱକପ୍ ପରେ ପାକିସ୍ତାନ ଖେଳାଳୀମାନେ ଭାରତ ଗସ୍ତ ପୂର୍ବରୁ ସେମାନଙ୍କର ମାନସିକ ପ୍ରସ୍ତୁତି ବୃଦ୍ଧି ପାଇଁ ମନସ୍ତତ୍ତ୍ୱବିଦଙ୍କ ସହାୟତା ନେଇ ଆସୁଛନ୍ତି । ଆଗାମୀ ୱାର୍ଲ୍ଡକପରେ ପାକିସ୍ତାନ ହାଇଦ୍ରାବାଦ, କୋଲକାତା, ବେଙ୍ଗାଲୁରୁ, ଚେନ୍ନାଇ ଓ ଅହମ୍ମଦାବାଦ ସହ ମ୍ୟାଚ୍ ଖେଳିବ ।

ଏହା ପୂର୍ବରୁ ଭାରତ ଓ ପାକିସ୍ତାନ ଦୁଇ ପ୍ରତିନ୍ଦ୍ୱନ୍ଦୀ ୧୯୯୨ ଓଡିଆଇ ୱାର୍ଲ୍ଡ କପରେ ପରସ୍ପରକୁ ଭେଟିଥିଲେ । କିନ୍ତୁ ଭାରତ ସମସ୍ତ ମ୍ୟାଚରେ ପାକିସ୍ତାନକୁ କଡା ଟକ୍କର ଦେଇ ଆସିଛି । କେବଳ ୨୦୨୧ରେ ପାକିସ୍ତାନ ୱାର୍ଲ୍ଡକପରେ ଭାରତ ବିରୁଦ୍ଧରେ ବିଜୟ ହାସଲ କରିଥିଲା । ଚଳିତ ବର୍ଷ ଅକ୍ଟୋବର ୧୪ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପାକିସ୍ତାନ ଟିମ୍ ଭାରତୀୟ ଦଳକୁ ଭେଟିବେ ।

Get real time updates directly on you device, subscribe now.