fbpx

ବଡ଼ ଖବର: କେନ୍ଦ୍ରମନ୍ତ୍ରୀ ଗଡକରୀଙ୍କୁ ଧମକ, ୧୦୦ କୋଟି ଦିଅ, ନଚେତ୍….

ନୂଆଦିଲ୍ଲୀ: ଅନେକ ସମୟରେ କିଛି ଅସାମାଜିକ ବ୍ୟକ୍ତି କଲ, ଚିଠି, ଇ-ମେଲ ଓ ସୋସିଆଲ ମିଡ଼ିଆରେ ବହୁ ବଡ଼ ବଡ଼ ବ୍ୟକ୍ତିବିଶେଷଙ୍କୁ ଧମକ ଦେଇଥାନ୍ତି । ଏପରି ଘଟଣାରେ ଅନେକ ଧରାପଡ଼ି ଜେଲ ମଧ୍ୟ ଯାଇଥାନ୍ତି । ତେବେ ନିକଟରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହ ଏପରି କିଛି ଘଟିଥିଲା । ଜଣେ ଅଜ୍ଞାତ ବ୍ୟକ୍ତି ଗଡ଼କରୀଙ୍କ ଅଫିସକୁ ଫୋନ୍ କରି ଧମକ ଦେଇଥିଲା ।

ସୂଚନା ମୁତାବକ, କର୍ଣ୍ଣାଟକର ବେଲଗାବି ଜେଲରୁ ଜଣେ ବ୍ୟକ୍ତି ଦୁଇଥର ଗଡକରୀଙ୍କ ନିକଟକୁ ଫୋନରେ ଧମକ ଦେଇଥିଲେ । ଏହି ଘଟଣାରେ ପୋଲିସ ଜୟେଶ କାନ୍ତ ପୂଜାରି ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଜୟେଶଙ୍କୁ ପୋଲିସ ବିମାନ ଯୋଗେ ନାଗପୁର ଆଣିଥିବା ବେଳେ ଏହି ମାମଲାରେ ତାଙ୍କୁ ପଚରାଉଚରା କରାଯିବ ।

ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ମାସ ୧୪ ତାରିଖରେ ଜୟେଶ ଗଡ଼କରୀଙ୍କ ନାଗପୁର ସ୍ଥିତ ଜନସମ୍ପର୍କ କାର୍ୟ୍ୟାଳୟକୁ କଲ୍ କରିବା ସହ ୧୦୦ କୋଟି ଟଙ୍କା ଦେବାକୁ ଦାବି କରିଥିଲା । ଏଥିସହିତ ସେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ଜଣେ ସମ୍ପର୍କୀୟ ସଦସ୍ୟ ବୋଲି ପରିଚୟ ଦେଇଥିଲା । ଏହାପରେ ସେ ମାର୍ଚ୍ଚ ୨୧ରେ ପୁଣି ଫୋନରେ ଧମକ ଦେଇ ୧୦ କୋଟି ଦେବାକୁ କହିଥିଲା । ଏହି ଧମକ ମିଳିବା ପରେ ଗଡନକରୀଙ୍କ ଘର ଓ ଅଫିସର ସୁରକ୍ଷା ବଢ଼ାଇ ଦିଆଯାଇଥିଲା ।

Get real time updates directly on you device, subscribe now.