ନୂତନ ଟେକ୍ନୋଲୋଜିରେ ସ୍ବାସ୍ଥ୍ୟ ପରୀକ୍ଷା, ଏଥର ଲକ୍ଷଣ ଦେଖି ଫୋନ କହିବ ଜ୍ବର!

ଶରୀରର ତାପମାତ୍ରା କହିବ ସ୍ମାର୍ଟଫୋନ । ଏହି ନୂତନ ଫିଚର କିଭଳି କାମ କରିବ ଜାଣନ୍ତୁ ।

ନୂଆଦିଲ୍ଲୀ: ସମୟ ଅନୁସାରେ ନୂଆ ନୂଆ ଟେକ୍ନୋଲୋଜି ସାମ୍ନାକୁ ଆସୁଛି । ବର୍ତ୍ତମାନ ସ୍ମାର୍ଟଫୋନରୁ କେତେ ଡିଗ୍ରୀ ଜ୍ବର ଜଣାପଡିବ । ବର୍ତ୍ତମାନ ସମୟରେ ସମସ୍ତଙ୍କର ପାଖେ ରହିଛି ସ୍ମାର୍ଟଫୋନ । ଘର, ଅଫିସ ସବୁ ସମୟରେ ଆମ ପାଖରେ ଫୋନ ରହିଥାଏ ।

ବର୍ତ୍ତମାନ ସ୍ମାର୍ଟଫୋନ ଦ୍ବାରା ଦେହର ଜ୍ବର ମପାଯାଇପାରିବ । କିନ୍ତୁ ଏଥିପାଇଁ ଫୋନରେ ଏଷ୍ଚରନାଲ ଆସେସୋରିସ ଆଡ୍ କରିବାକୁ ହେବ । ଶରୀରର ତାପମାତ୍ରା ମାପିବା ପାଇଁ ଫୋନରେ ବିଲ୍ଟ ଇନ୍ ସେନ୍ସର ନଥାଏ ।

ଏଥିପାଇଁ ଆସେସୋରିସ ଆର୍ଜ କରିବାକୁ ହେବ । ଇନଫ୍ରାରେଡ୍ ଥର୍ମୋମିଟର ସ୍ମାର୍ଟଫୋନରେ ୟୁଏସବି ସି କିମ୍ବା ଲାଇଟନିଂ ଫୋନ୍ ଜରିଆରେ କନେକ୍ଟ କରିପାରିବେ । ଏହା ଦ୍ବାରା ଶରୀରର ତାପମାତ୍ରା ମପାଯାଇପାରିବ ।

ଅନେକ ପ୍ରକାର ପ୍ଲେ ଷ୍ଟୋର ଏବଂ ଆପ୍ ଷ୍ଟୋରରେ ଏପରି କିଛି ଆପ୍ ରହିଛି, ଯାହାକି ଲକ୍ଷଣ ଆଧାରରେ ଶରୀରରେ ଜ୍ବର ଅଛି କି ନାହିଁ ଜଣାପଡିବ । ବର୍ତ୍ତମାନ ଏହାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି ।