fbpx

କଣ ଦ୍ୱିତୀୟ ଥର ସଂକ୍ରମିତ କରିପାରେ ନୂତନ ଭାରିଆଣ୍ଟ ଓମିକ୍ରନ୍? ବିଶେଷଜ୍ଞ ଦେଲେ ଏହି ଜବାବ

ନୂଆଦିଲ୍ଲୀ: କରୋନା ଭାରିଆଣ୍ଟ ଓମିକ୍ରନ୍ ଅତ୍ୟଧିକ ସଂକ୍ରାମକ ହେବାରେ ଲାଗିଛି । ଭାରତ ସମେତ ବିଶ୍ୱର ଅନେକ ଦେଶରେ ଏହି ଭାରିଆଣ୍ଟ ବ୍ୟାପିବାରେ ଲାଗିଛି । ଏହା ଭିତରେ ବିଶେଷଜ୍ଞ ମାନେ ଚେତାବନୀ ଦେଇଛନ୍ତି ଯେ, ଓମିକ୍ରନ୍ ଦ୍ୱାରା ଦୁଇଦୁଇ ଥର ସଂକ୍ରମିତ ହେବାରେ ସମ୍ଭାବନା ରହିଛି । ଆମେରିକୀ ମହାମାରୀ ବିଶେଷଜ୍ଞ ଏରିକ୍ ଫିଗଲ୍-ଡିଙ୍ଗ୍ କହିଛନ୍ତି ଯେ, ଓମିକ୍ରନର ପୁନଃ ସଂକ୍ରମଣ ନିଶ୍ଚିତ ସମ୍ଭବ ।

ଆମେରିକୀ ଏଜେନ୍ସି ସେଣ୍ଟର୍ ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ୍(ସିଡିସି) କହିଛନ୍ତି ଯେ, କୋଭିଡ୍ ସଂକ୍ରମଣ ଦ୍ୱିତୀୟ ଥର ହେଉଛି ଏଥିରେ କୌଣସି ସନ୍ଦେହ ନାହିଁ । କାରଣ ଏବେସୁଦ୍ଧା ଅନେକ ଲୋକଙ୍କୁ ଏକାଧିକ ଥର ସଂକ୍ରମିତ ହୋଇସାରିଛନ୍ତି । ବିଶେଷଜ୍ଞ ମାନେ କହିଛନ୍ତି ଯେ, ଥରେ କୋଭିଡ୍ ସଂକ୍ରମଣ ହେବାର ଅର୍ଥ ଏହା ନୁହେଁ ଯେ, ଦ୍ୱିତୀୟ ଥର ସଂକ୍ରମଣରୁ ଆପଣ ବଞ୍ଚିଯିବେ । ଏହା କହିବା ଯଥାର୍ଥନୁହେଁ । ଏହା ଦ୍ୱିତୀୟ ଥର ମଧ୍ୟ ସଂକ୍ରମିତ କରିବାରେ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡଐଙ) ଅନୁଯାୟୀ, ଓମିକ୍ରନ୍ ହେଉଛି ଏକ ଭିନ୍ନ ପ୍ରକାରର ଭାରିଆଣ୍ଟ୍ ଯେଉଁଥିରେ ଅନେକ ସଂଖ୍ୟାରେ ପରିବର୍ତ୍ତନ ଆସିଛି । ଓମିକ୍ରନ୍ ସ୍ପାଇକ୍ ପ୍ରୋଟିନ୍ ରେ ୨୬–୩୨ ମ୍ୟୁଟେସନ୍ ହୋଇଛି । ଯାହାକି ଏହାକୁ ଅତ୍ୟଧିକ ସଂକ୍ରାମକ କରିଥାଏ । ସଂକ୍ରାମକ ରୋଗ ବିଶେଷଜ୍ଞ ତଥା ଭେଣ୍ଡରବିଲ୍ଟ ୟୁନିଭରସିଟି ସ୍କୁଲ୍ ଅଫ୍ ମେଡିସିନର ପ୍ରଫେସର ୱିଲିୟମ୍ ଶାଫନର୍, ଏମ୍.ଡି ଚେତାବନୀ ଦେଇଛନ୍ତି ଯେ, ଓମିକ୍ରନ ଦ୍ୱାରା ଅନେକ ଲୋକ ସଂକ୍ରମିତ ହୋଇପାରନ୍ତି । ଅନ୍ୟ ସଂକ୍ରମଣ ପରି, ଯଦି ଏହା ଅତ୍ୟଧିକ ତୀବ୍ର ହୁଏ ତାହେଲେ ଏହା ରୋଗ ପ୍ରତିରୋଧକ ଶକ୍ତି ପ୍ରଭାବିତ କରିପାରେ ।

Get real time updates directly on you device, subscribe now.