fbpx

କଣ ମୃତ୍ୟୁ ପରେ ବି ନିଆଯାଇପାରିବ ଫିଙ୍ଗରପ୍ରିଣ୍ଟ୍? ବହୁତ କମ୍ ଲୋକ ଜାଣନ୍ତି ଏ ସମ୍ପର୍କରେ…

ନୂଆଦିଲ୍ଲୀ: ଆପଣ ମାନେ ଜାଣିଥିବେ ଯେ, ଫିଙ୍ଗରପ୍ରିଣ୍ଟ୍ କେତେ ଜରୁରୀ । ଯେଉଁ ମାନେ ସିଗନେଚର୍ କରିପାରନ୍ତି ନାହିଁ, ସେମାନେ ଫିଙ୍ଗରପ୍ରିଣ୍ଟ ଜରିଆରେ ସାଇନ୍ କରିଥାନ୍ତି । ଏହା ବ୍ୟତୀତ ଜରୁରୀ ଡକ୍ୟୁମେଣ୍ଟ ଯେପରିକି ଆଧାର କାର୍ଡ, ପାସପୋର୍ଟ ଆଦିରେ ମଧ୍ୟ ଫିଙ୍ଗରପ୍ରିଣ୍ଟ୍ ବ୍ୟବହାର ହୋଇଥାଏ । ଏହା ବ୍ୟତୀତ ଫୋନ୍ ଲକ୍ କରିବା ପାଇଁ ମଧ୍ୟ ଫିଙ୍ଗରପ୍ରିଣ୍ଟ୍ ବ୍ୟବହାର ହୋଇଥାଏ । ହେଲେ କଣ ଆପଣ କେବେ ଭାବିଛନ୍ତି କି, ମୃତ୍ୟୁ ପରେ କୌଣସି ବ୍ୟକ୍ତିଙ୍କ ଫିଙ୍ଗରପ୍ରିଣ୍ଟ କାମରେ ଆସିପାରିବ କି? ବା ବ୍ୟବହାର କରାଯାଇପାରିବ କି? ତେବେ ଚାଲନ୍ତୁ ଜାଣିବା ଏହିସବୁ ପ୍ରଶ୍ନର ଉତ୍ତର ।

ମଣିଷର ମୃତ୍ୟୁପରେ ତାର ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ । ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗର ଆକାର ପ୍ରକାରରେ ମଧ୍ୟ ବଡ଼ ପରିବର୍ତ୍ତନ ଦେଖାଦେଇଥାଏ । ତେଣୁ ଅନ୍ୟାନ୍ୟ ଅଙ୍ଗ ସହିତ ଆଙ୍ଗୁଠିରେ ମଧ୍ୟ ପରିବର୍ତ୍ତନ ଦେଖାଯାଏ । ତେବେ ଜୀବିତ ଓ ମୃତ ବ୍ୟକ୍ତିଙ୍କ ଫିଙ୍ଗରପ୍ରିଣ୍ଟରେ କଣ କଣ ପରିବର୍ତ୍ତନ ହୋଇଥାଏ ତାହା ଫରେନସିକ୍ ଏକ୍ସପର୍ଟ କିମ୍ବା ଲ୍ୟାବ୍ ରେ ହିଁ ଜଣାପଡ଼ିଥାଏ ।

ଫରେନସିକ୍ ଏକ୍ସପର୍ଟ ମାନେ ମୃତ ଓ ଜୀବିତ ବ୍ୟକ୍ତିଙ୍କ ଫିଙ୍ଗରପ୍ରିଣ୍ଟ ଜାଣିବାରେ କୌଣସି ସମସ୍ୟା ହୁଏ ନାହିଁ । ସେମାନେ ଖୁବ୍ ସହଜରେ ଏହା ସମ୍ପର୍କରେ ପତା ଲଗାଈପାରନ୍ତି । ଫରେନସିକ୍ ଲ୍ୟାବ୍ ରେ ମୃତ ବ୍ୟକ୍ତିଙ୍କ ଫିଙ୍ଗରପ୍ରିଣ୍ଟ୍ ନେବା ପାଇଁ ସିଲିକନ୍ ପୂଟ୍ଟି ବ୍ୟବହାର କରାଯାଏ । ସିଲିକନ୍ ପୁଟ୍ଟି ସାହାଯ୍ୟରେ କ୍ଲିୟର୍ ଫିଙ୍ଗରପ୍ରିଣ୍ଟ ନିଆଯାଇପାରେ । ଏହାର ଫଟୋ ମଧ୍ୟ ନିଆଯାଇପାରେ ।

ମୃତ ବ୍ୟକ୍ତିଙ୍କ ଫୋନ୍ ସେମାନଙ୍କ ଫିଙ୍ଗରପ୍ରିଣ୍ଟ ଜରିଆରେ ଅନଲକ୍ କରାଯାଇପାରିବ ନା ନାହିଁ?

ମୋବାଇଲ୍ ଫୋନ୍ ର ସେନ୍ସର୍ କୌରସି ବ୍ୟକ୍ତିଙ୍କ ଆଙ୍ଗଠିରେ ଥିବା ଇଲେକ୍ଟ୍ରିକ୍ କଣ୍ଡକଟାନ୍ସ ଆଧାରରେ କାମ କରିଥାଏ । ବ୍ୟକ୍ତିଙ୍କ ମୃତ୍ୟୁ ପରେ ଶରୀରରେ ଥିବା ଇଲେକ୍ଟ୍ରିକ୍ କଣ୍ଡକ୍ଟାନ୍ସ ସମାପ୍ତ ହୋଇଯାଏ । ତେଣୁ ଜଣେ ବ୍ୟକ୍ତିର ମୃତ୍ୟୁପରେ ତାର ଫିଙ୍ଗରପ୍ରିଣ୍ଟ ସାହାଯ୍ୟରେ ଫୋନ୍ ଅନଲକ୍ କରାଯାଇପାରିବ ନାହିଁ ।

Get real time updates directly on you device, subscribe now.