fbpx

ଷ୍ଟ୍ରେସ ନେବା ଦ୍ୱାରା ହୋଇଥାଏ କି’ ମିସକ୍ୟାରେଜ୍? ଜାଣନ୍ତୁ ଗର୍ଭବସ୍ଥାରେ ଚିନ୍ତା ଦୂର କରିବାର ଟିପ୍ସ

ଗର୍ଭବସ୍ଥା ସମୟରେ ମହିଳାଙ୍କ ଜୀବନରେ କେବଳ ଶାରୀରିକ ପରିବର୍ତ୍ତନ ହୋଇନଥାଏ ବରଂ ଭାବନାତ୍ମକ ପରିବର୍ତ୍ତନ ମଧ୍ୟ ହୋଇଥାଏ । ଏଥିପାଇଁ ଅନେକ ସମୟରେ ସ୍ୱାସ୍ଥ୍ୟ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଏଭଳି ଏକ ପରିବର୍ତ୍ତନ ହେଉଛି ଚାପରେ ରହିବା । ପ୍ରକୃତରେ ମହିଳାଙ୍କୁ ହେଉଥିବା ଏହି ଶାରୀରିକ ଏବଂ ମାନସିକ ପରିବର୍ତ୍ତନ ଯୋଗୁଁ ଅନେକ ମହିଳା ଚାପରେ ରିହବାକୁ ଲାଗିଥାନ୍ତି ।

ଏମିତିରେ ଅନେକ ଗବେଷଣାରୁ ଜଣାପଡ଼ିଛି ଯେ ଯେଉଁ ମହିଳା ଲାଗାତାର ଚାପରେ ରହୁଛନ୍ତି କିମ୍ବା ଅଧିକ ଚିନ୍ତା ଅନୁଭବ କରୁଛନ୍ତି, ତାଙ୍କ ଠାରେ ଗର୍ଭପାତର ବିପଦ ବଢ଼ିଥାଏ । ଏହି ବିନାୟ ଅଧିକାଂଶ ମହିଳାଙ୍କୁ ଗର୍ଭଧାରଣ ସମୟ ଏବଂ ଗର୍ଭବସ୍ଥାର ପ୍ରାରମ୍ଭିକ ଦିନରେ ଅଧିକ ରହିଥାଏ ।

ଅନେକ ବୈଜ୍ଞାନିକଙ୍କ କହିବା ଅନୂଯାୟୀ ଜଣେ ଚିନ୍ତାରୋ ରହିବା ଦ୍ୱାର ମହିଳାଙ୍କ ଶରୀରେ ଏକ ଚେନ୍ ରିଆକ୍ସନ ହୋଇଛି । ଫଳରେ ଶରୀରରେ କିଛି ଏଭଳି କେମିକାଲ ଉତ୍ପନ୍ନ ହୋଇଥାଏ, ଯାହା ବଢ଼ିବା ସହ ଭ୍ରୁଣ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ଏହି ସିଦ୍ଧାନ୍ତକୁ ଏଭଳି ଭାବରେ ବୁଝିହେବ ଯେ କିଛି ମହିଳାଙ୍କୁ ବିନା କୌଣସି ମେଡିକାଲ ଅସୁବିଧାରେ ମଧ୍ୟ ମିସକ୍ୟାରେଜ୍ ର ସାମ୍ନା କରିବାକୁ ପଡ଼ିପାରେ । ଗର୍ଭବସ୍ଥା ସମୟରେ ଲଗାତାର ଚାପ କିମ୍ବା ଚିନ୍ତାର ବଢ଼ୁଥିବା ସ୍ତର ଗର୍ଭବସ୍ଥାର ସମ୍ଭାବିତ ଜଟିଲାକୁ ଜନ୍ମ ଦେଇପାରେ । ଅବଶ୍ୟ ଏହାର କୌଣସି ପ୍ରମାଣ ଉପଲବ୍ଧ ନାହିଁ ଯାହା ପ୍ରମାଣ କରିପାରେ ଗର୍ଭାବସ୍ଥା ସମୟରେ ଚିନ୍ତା ଯୋଗୁଁ ଗର୍ଭପାତ ହୋଇପାରେ ।

ତଥାପି ମିସକ୍ୟାରେକଜୁ ରୋକିବା ପାଇଁ ଗର୍ଭବତୀ ହେବା ପରେ ମହିଳାଙ୍କୁ ଚିନ୍ତା କରିବାରୁ ଦୂରେଇ ରହିବା ଆବଶ୍ୟକ ।

ଗର୍ଭାବସ୍ଥାରେ ଚାପକୁ ଦୂରେଇ ରଖିବା ପାଇଁ ଟିପ୍ସ-

ଗର୍ଭବସ୍ଥାରେ ଚାପରୁ ଦୂରରେ ରହିବା ଗଭୀର ନିଶ୍ୱାସ ନେବାର ଅଭ୍ୟାସ କରନ୍ତୁ  ।

ଗର୍ଭାବସ୍ଥା ସମୟରେ ପରିବାର କିମ୍ବା ସାଙ୍ଗଙ୍କୁ ଆପଣଙ୍କର ଚିନ୍ତା ଏବଂ ସମସ୍ୟା ବିଷୟରେ କୁହନ୍ତୁ । ଫଳରେ ଆପଣଙ୍କ ହୃଦୟକୁ ହାଲୁକା ଅନୁଭବ ହେବ ।

ଗର୍ଭାବସ୍ଥାରେ ନିଜକୁ ଅଧିକ ଚାପରୁ ଦୂରେଇ ରୁହନ୍ତୁ  । ଏହିପରି ସମୟରେ ଅତ୍ୟଧିକ କାର୍ଯ୍ୟ କରିବା ଠାରୁ ଦୂରେଇ ରୁହନ୍ତୁ ଏବଂ ଯେତେବେଳେ ଆବଶ୍ୟକ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ କୁହନ୍ତୁ  ।

ଯଥେଷ୍ଟ ବିଶ୍ରାମ ନିଅନ୍ତୁ  । କାର୍ଯ୍ୟ ମଧ୍ୟରେ ବାରମ୍ବାର ବିରତି ନେଇ ଆପଣ ନିଜକୁ ଅତ୍ୟଧିକ ଚାପରୁ ରକ୍ଷା କରିବେ  ।

ଚାପରୁ ଦୂରରେ ରହିବାକୁ, ଆପଣ ଭଲ ମସାଜ୍, ଆରାମଦାୟକ ସ୍ପା ଥେରାପି, ରିଫ୍ଲେକ୍ସୋଲୋଜି, ଧ୍ୟାନ, ଯୋଗ ଏବଂ ସଙ୍ଗୀତ ମଧ୍ୟ ବ୍ୟବହାର କରିପାରିବେ ।

Get real time updates directly on you device, subscribe now.