ନୂଆଦିଲ୍ଲୀ: ଜନକଲ୍ୟାଣ ପାଇଁ କାହାର ବ୍ୟକ୍ତିଗତ ସଂପତ୍ତି ସରକାର ନେଇପାରିବେ କି? ଏହି ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ସାମ୍ନାକୁ ଆସିଛି । ସୁପ୍ରିମକୋର୍ଟ କହିଛନ୍ତି ଯେ, ବ୍ୟକ୍ତିଗତ ସଂପତ୍ତିକୁ ସଂପ୍ରଦାୟର ସଂପତ୍ତି ବୋଲି କୁହାଯାଇପାରିବ ନାହିଁ । ସମସ୍ତଙ୍କ ହିତ ବା ମଙ୍ଗଳ ପାଇଁ ବ୍ୟକ୍ତିଗତ ସଂପତ୍ତି ସମୀକ୍ଷା କରାଯିବା ଉଚିତର ଦାବିକୁ ନେଇ ସୁପ୍ରିମକୋର୍ଟଙ୍କ ପୀଠ ନିଷ୍ପତ୍ତି ନେଇଛନ୍ତି ।
ପ୍ରଧାନ ବିଚାରପତି ବହୁମତ ନିଷ୍ପତ୍ତିରେ ରାୟ ଶୁଣାଣି କରିଛନ୍ତି ଯେ, ବ୍ୟକ୍ତିଗତ ସଂପତ୍ତିକୁ ସଂପ୍ରଦାୟର ଉତ୍ସ () କୁହାଯାଇପାରିବ ନାହିଁ । କିଛି ଖାସ ଉତ୍ସକୁ ହିଁ ସରକାର ସାଂପ୍ରଦାୟର ସମ୍ବଳ ଭାବେ ଜନ କଲ୍ୟାଣ ପାଇଁ ବ୍ୟବହାର କରପାରିବେ, ଏଥିରେ ସମସ୍ତ ଉତ୍ସ ନୁହେଁ ।
ପୀଠ ବହୁମତ ସହ ଜଷ୍ଟିସ କୃଷ୍ଣ ଅୟରଙ୍କ ପୂର୍ବ ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି । ଯେଉଁଥିରେ କୁହାଯାଇଥିଲା ଯେ, ସମସ୍ତ ବ୍ୟକ୍ତିଗତ ସଂପତ୍ତିକୁ ରାଜ୍ୟ ସରକାରଙ୍କ ଦ୍ୱାରା ଅଧିକାର କରାଯାଇପାରେ । ଏହି ମାମଲାରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ୧୯୬୦ ଏବଂ ୭୦ ଦଶକରେ ସମାଜବାଦୀ ଅର୍ଥନୀତି ପ୍ରତି ଏକ ପ୍ରବୃତ୍ତି ଥିଲା । କିନ୍ତୁ ୧୯୯୦ ଦଶକରୁ ବଜାର ଭିତ୍ତିକ ଅର୍ଥବ୍ୟବସ୍ଥା ଉପରେ ଦୃଷ୍ଟି ଦିଆଯାଉଛି ।
ସୁପ୍ରିମକୋର୍ଟ କହିଛନ୍ତି ଯେ, ଭାରତର ଅର୍ଥନୀତିର ଦିଗ ବିଶେଷ ପ୍ରକାର ଅର୍ଥବ୍ୟବସ୍ଥାଠାରୁ ଭିନ୍ନ । ଏହାର ଉଦ୍ଦେଶ୍ୟ ବିକାଶଶୀଳ ଦେଶର ଚ୍ୟାଲେଞ୍ଜକୁ ସାମ୍ନା କରିବା । ଏହି ନିଷ୍ପତ୍ତିରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଗତ ୩୦ ବର୍ଷରେ ପ୍ରଗତିଶୀଳ ଅର୍ଥନୈତିକ ନୀତି ଅବଲମ୍ବନ କରିବାରେ ଭାରତ ଦୁନିଆର ସବୁଠାରୁ ବଡ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି । ସୁପ୍ରିମକୋର୍ଟ କହିଛନ୍ତି ଯେ, ସେ ଜଷ୍ଟିସ ଅୟରଙ୍କ ଏହି ନିଷ୍ପତ୍ତିରେ ସହମତି ପ୍ରକାଶ କରୁନାହାନ୍ତି । ବ୍ୟକ୍ତିଗତ ସଂପତ୍ତି ସମେତ ସବୁ ସଂପତ୍ତିକୁ ସଂପ୍ରଦାୟର ଉତ୍ସ କୁହାଯାଇପାରିବ ।