ନଦୀ ଜଳରେ ବହୁଛି ରକ୍ତ! ଜାଣନ୍ତୁ କେଉଁଠି ଓ କେମିତି ହେଲା ଏହା ସମ୍ଭବ?

ସ୍ଥାନୀୟ ଲୋକଙ୍କ ହଜିଲା ନିଦ । ରକ୍ତର ନଦୀ ଦେଖି ଲୋକେ ଆତଙ୍କିତ ।

ଆର୍ଜେଣ୍ଟିନା: ଆର୍ଜେଣ୍ଟିନାର ସରଣ୍ଡି କେନାଲରେ ବହୁଛି ରକ୍ତ । ଯାହାକୁ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି । କେନାଲ ପାଣିକୁ ଦେଖି ଲୋକ ଡରିଯାଇଛନ୍ତି ।

ସେଠାରେ ବାସ କରୁଥିବା ମାରିଆ ଡୁକୋମଲ୍ସ କହିଛନ୍ତି, ସ୍ଥାନୀୟ ଅଞ୍ଚଳରେ ଥିବା ନଦୀର ଜଳ ସମ୍ପୂର୍ଣ୍ଣ ଭାବେ ଲାଲ୍ ହୋଇଯାଇଛି । ଏଥିସହ ସେ ଜଳରୁ ଅସହ୍ୟ ଦୁର୍ଗନ୍ଧ ମଧ୍ୟ ବାହାରୁଥିବା ସେ କହିଛନ୍ତି ।

ରଙ୍ଗ ବଦଳାଉଛି: ସେଠାକାର ପରିବେଶ ମନ୍ତ୍ରୀ ଏ ବିଷୟରେ ଜାଣିବା ପରେ ନଦୀ ଜଳକୁ ପରୀକ୍ଷା ପାଇଁ ନେଇଥିଲେ, ଯେଉଁଥିରେ ଜଣାପଡ଼ିଥିଲା ଯେ, ଅର୍ଗାନିକ୍ କଲର ପାଇଁ ନଦୀ ଜଳ ରଙ୍ଗ ଲାଲ୍ ହୋଇଛି । କିନ୍ତୁ ସ୍ଥାନୀୟ ଲୋକଙ୍କ କହିବା କଥା ନଦୀ ନିକଟରେ ଥିବା ଲେଦର ଏବଂ ଟେକ୍ଟଟାଇଲ୍ କାରଖାନାର ବର୍ଜ୍ୟବସ୍ତୁ ପାଣିରେ ମିଶି ଜଳକୁ ଦୂଷିତ କରିବା ସହ ଏପରି ରଙ୍ଗିନ୍ କରି ଦେଇଛି ।

ରୋଗୀଣା କରୁଛି: ମାରିଆ କହିଛନ୍ତି, ଅନେକ ସମୟରେ ନଦୀ ଜଳ ହଳଦିଆ, ଗୋଲାପି, ଗ୍ରୀନ୍ ହୋଇଯିବାର ଆମେ ଦେଖିଛୁ । ଆଖାପାଖରେ ଥିବା କଳାକାରଖାନାର ବର୍ଜ୍ୟବସ୍ତୁ ଓ ବ୍ୟବହୃତ ରଙ୍ଗ ଯୋଗୁ ନଦୀ ଜଳ ଦୂଷିତ କରୁଥିବା ସେ କହିଛନ୍ତି । ଏ ଦୂଷିତ ଜଳର ଗନ୍ଧ ଯୋଗୁ ଅନେକ ସମୟରେ ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଯାଉଥିବାର ଦେଖାଯାଇଛି ।

ତେବେ ଏ ନେଇ ସ୍ଥାନୀୟ ସରକାରଙ୍କ ପକ୍ଷରୁ କୌଣସି ସତର୍କ ସୂଚନା କିମ୍ବା ଦିଶା ନିର୍ଦ୍ଦେଶ ଜାରି କରାଯାଇ ନ ଥିବା ଜଣାପଡ଼ିଛି ।