fbpx

Cancer ପୁରୁଷଙ୍କୁ ଅଧିକ ଶିକାର କରିଥାଏ, ମହିଳାଙ୍କୁ ନୁହେଁ: ଏହାର କାରଣ କ’ଣ, ଏନେଇ କ’ଣ କହୁଛି ରିସର୍ଚ୍ଚ

ନୂଆଦିଲ୍ଲୀ: କ୍ୟାନସରକୁ ନେଇ ଅନେକ ସମୟରେ ଭିନ୍ନ ଭିନ୍ନ ବିଜ୍ଞାନ ସମ୍ବନ୍ଧୀୟ ତଥ୍ୟ ଆସିଥାଏ । ତେବେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଠାରେ କ୍ୟାନସରର ବିପଦର ସମ୍ଭାବନା ଅଧିକ ରହିଥାଏ । ପୁରୁଷଙ୍କ କ୍ଷେତ୍ରରେ କ୍ୟାନସରର ସମ୍ଭାବନା କାହିଁକି ଅଧିକ ରହୁଛି ସେନେଇ କିଛି କାରଣ ରହିଛି । ଧୂମପାନ, ଆଲକହଲ ସେବନ, ଡାଏଟ ସହ ଅନ୍ୟ କିଛି ବ୍ୟବହାର ସମ୍ବନ୍ଧୀୟ ତାରତମ୍ୟ ଏଥିପାଇଁ ଦାୟୀ ବୋଲି ଏକ ଷ୍ଟଡି ରିପୋର୍ଟରୁ ଜଣାପଡ଼ିଛି ।

କ୍ୟାନସର ସଂକ୍ରମିତ ଲୋକଙ୍କ ଲିଙ୍ଗଗତ ତାରତମ୍ୟ ବିଷୟରେ ଜାଣିବାକୁ ହେଲେ ଚିକିତ୍ସା ପ୍ରଣାଳୀକୁ ବିକଶିତ କରିବାକୁ ପଡ଼ିବ । ଏଥିପାଇଁ ୫୦ରୁ ୭୧ ବର୍ଷୀୟ ୧୭୧,୨୭୪ ପୁରୁଷ ଓ ୧୨୨,୮୨୬ ଜଣ ମହିଳାଙ୍କୁ ଗବେଷଣାରେ ସାମିଲ କରାଯିବା ସହ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ତେବେ ୧୭,୮୫୧ ଜଣ ପୁରୁଷ ଓ ୮,୭୪୨ ଜଣ ମହିଳା ନୂଆ କରି କ୍ୟାନସରରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା ।

ଥାଇରଏଡ ଓ ପିତାଶୟ କ୍ୟାନସର କ୍ଷେତ୍ରରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ଅଧିକ ବିପଦ ରହିଥାଏ । ଶରୀରର ଅନ୍ୟ ଅଂଶ କ୍ଷେତ୍ରରେ ପୁରୁଷମାନେ ମହିଳାଙ୍କ ଅପେକ୍ଷା ୧.୩ରୁ ୧୦.୮ ଗୁଣ ଅଧିକ ଶିକାର ହୋଇଥାନ୍ତି । ଏସୋଫାଜିଲ କ୍ୟାନସର କ୍ଷେତ୍ରରେ ଏହା ୧୦.୮ ଗୁଣ, ଲ୍ୟାରିନ୍ସରେ ୩.୫ ଗୁଣ, ଗ୍ୟାଷ୍ଟ୍ରିକ କାରଡିଆରେ ୩.୫ ଗୁଣ ଓ ବ୍ଲାଡର କ୍ୟାନସର କ୍ଷେତ୍ରରେ ଏହା ୩.୩ ଗୁଣ ଅଧିକ ବିପଦ ରହିଥାଏ । ମ

Get real time updates directly on you device, subscribe now.