fbpx
BSKY
BJD YOUTH SKY
BJD MS SKY

କ୍ୟାନସର ଛଡାଇ ନେଲା ଜୀବନସାଥୀ, ୪୯ ବୟସରେ କଲେ ଦ୍ୱିତୀୟ ବିବାହ; ଏପରି ସଂଘର୍ଷମୟ ରହିଛି CJI ଚନ୍ଦ୍ରଚୂଡଙ୍କ ଜୀବନ

ନୂଆଦିଲ୍ଲୀ: ଦେଶର ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ଜୀବନରେ ବହୁତ ଉତଥାନ ପତନ ଦେଇ ଆଗକୁ ଗତି କରିଛନ୍ତି । ଅର୍ଥଶାସ୍ତ୍ରରେ କ୍ୟାରିୟର ଗଢିବାକୁ ଇଚ୍ଛା ରଖିଥିବା ଚନ୍ଦ୍ରଚୂଡ ସଂଯୋଗବଶତଃ ଆଇନ କ୍ଷେତ୍ରକୁ ଆସିଯାଇଥିଲେ ଓ ଆଡଭୋକେଟ୍ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ବିଚାରପତି ଚେୟାରରେ ବସି ଶେଷରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଆସନ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲେ ।

ଦେଶର ମୁଖ୍ୟ ବିଚାରପତିଙ୍କ ଜୀବନରେ ଏପରି କଠିନ ସମୟ ଆସିଛି ଯାହା ଅତିକ୍ରମ କରିବା ଏତେ ସହଜ ନ ଥିଲା । ଗୋଟିଏ ବର୍ଷ ଭିତରେ ତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ ସହିତ ପିତାଙ୍କର ବି ଦେହାନ୍ତ ହୋଇଥିଲା । ସିଜେଆଇ ଚନ୍ଦ୍ରଚୂଡଙ୍କ ପ୍ରଥମ ପତ୍ନୀଙ୍କ ନାମ ରଶ୍ମି ଥିଲା । କ୍ୟାନସର କାରଣରୁ ୨୦୦୭ରେ ତାଙ୍କର ଦେହାନ୍ତ ହୋଇଯାଇଥିଲା । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେତେବେଳେ ତାଙ୍କ ପତ୍ନୀ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସେତେବେଳେ ତାଙ୍କର ଦେଖାଶୁଣା କରିବାର ଦାୟିତ୍ୱ ସଂପୂର୍ଣ୍ଣ ଭାବରେ ତାଙ୍କର ହିଁ ଥିଲା । ଏହି ସମୟରେ ସେ ହସ୍ପିଟାଲରୁ କୋର୍ଟ ଓ କୋର୍ଟରୁ ହସ୍ପିଟାଲ ଯା’ଆସ କରୁଥିଲେ ।

ବହୁ ଚେଷ୍ଟା ପରେ ମଧ୍ୟ ଡାକ୍ତର ତାଙ୍କ ପତ୍ନୀଙ୍କୁ ବଞ୍ଚାଇ ପାରି ନ ଥିଲେ । ଏହା ତାଙ୍କ ପାଇଁ ବହୁତ ବଡ ଝଟକା ଥିଲା । ଏହାପରେ ୨୦୦୮ରେ ତାଙ୍କ ବାପା ଅର୍ଥାତ୍ ଭାରତର ପୂର୍ବତନ ମୁଖ୍ୟ ବିଚାରପତି ୱାଇ.ଭି.ଚନ୍ଦ୍ରଚୂଡଙ୍କର ଦେହାନ୍ତ ହୋଇଥିଲା । ସିଜେଆଇ ଚନ୍ଦ୍ରଚୂଡ ଓ ତାଙ୍କ ପ୍ରଥମ ପତ୍ନୀ ରଶ୍ମୀଙ୍କର ୨ ପୁତ୍ର (ଅଭିନବ ଓ ଚିନ୍ତନ) ଅଛନ୍ତି । ଅଭିନବ ମୁମ୍ବାଇ ହାଇକୋର୍ଟରେ ଓକିଲାତି କରୁଛନ୍ତି ଓ ବହୁ ପୁସ୍ତକ ବି ଲେଖି ସାରିଛନ୍ତି । ଚିନ୍ତନ ବି ଏହି ଆଇନ ପ୍ରଫେସନରେ ଅଛନ୍ତି ଓ ବିଦେଶରେ ଅଛନ୍ତି ।

୨୦୦୮ରେ ସିଜେଆଇ ଚନ୍ଦ୍ରଚୂଡ କଳ୍ପନା ଦାସଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ସେ ବି ପେଶାରେ ଆଇନଜୀବୀ ଥିଲେ ଓ ବ୍ରିଟିଶ କାଉନସିଲ୍ ଠାରୁ ଆରମ୍ଭ କରି ବିଭିନ୍ନ ଫାର୍ମ ଲାଗି କାମ କରିଛନ୍ତି । ସିଜେଆଇ ଚନ୍ଦ୍ରଚୂଡ କହିଛନ୍ତି କଳ୍ପନାଙ୍କୁ ସେ ଆଗ ବିବାହ ପାଇଁ ପ୍ରପୋଜ୍ କରିଥିଲେ ଓ ପରେ ୨ ଜଣ ଏକାଠି ଜୀବନ ବିତାଇବାକୁ ନିଷ୍ପତ୍ତି ନେଇଥିଲେ ।
ସିଜେଆଇ ଚନ୍ଦ୍ରଚୂଡ ଯେତେବେଳେ ଆହ୍ଲାବାଦ ହାଇକୋର୍ଟରେ ମୁଖ୍ୟ ବିଚାରପତି ଥିଲେ ସେତେବେଳେ ସେ ଦୁଇଟି ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଥିଲେ । ଏ ୨ ଜଣ ଦିବ୍ୟାଙ୍ଗ ଅଟନ୍ତି । ଜଣଙ୍କ ନାମ ପ୍ରିୟଙ୍କା ଓ ଅନ୍ୟ ଜଣଙ୍କ ନାମ ମାହୀ ।

Get real time updates directly on you device, subscribe now.