fbpx

ସ୍ମାର୍ଟଫୋନରେ ଜଣାପଡ଼ିବ କ୍ୟାନ୍ସର? ୧୫ ସେକେଣ୍ଡରେ ହେବ ୫୦ ଚର୍ମରୋଗର ଚିହ୍ନଟ

ନୂଆଦିଲ୍ଲୀ: କ୍ୟାନ୍ସର ଏଭଳି ଏକ ରୋଗ ଯାହାର କୌଣସି ସ୍ଥାୟୀ ଚିକିତ୍ସା ନାହିଁ । ଏହି ମାରାତ୍ମକ ରୋଗରେ ଶରୀରର କୋଶିକାଗୁଡ଼ିକ ନଷ୍ଟ ହେବାକୁ ଲାଗିଥାଏ ଏବଂ ପରେ ଧୀରେ ଧୀରେ ଶୀରର ଅଙ୍ଗ କାମ କରିବା ବନ୍ଦ କରିଥାଏ । ଯଦି ସମୟ ପୂର୍ବରୁ ଏହି ରୋଗର ଜଣାପଡ଼ିଥାଏ ତେବେ ଏହାର ଚିକିତ୍ସା କରାଯାଇପାରେ । କିନ୍ତୁ ଅଧିକାଂଶ ଲୋକଙ୍କୁ ଏହା ଡେରିରେ ଜଣାପଡ଼ିଥାଏ, ଫଳରେ ଠିକ୍ ଭାବରେ ଏମାନଙ୍କର ଚିକିତ୍ସା ହୋଇପାରେନାହିଁ । କିନ୍ତୁ ନିକଟରେ ଭାରତରେ ଏକ ଏଭଳି ସୁବିଧା ଆରମ୍ଭ ହୋଇଛି ଯାହାଦ୍ୱାରା ଚର୍ମ କ୍ୟାନ୍ସର ସହ ପ୍ରାୟ ୫୦ ଚର୍ମ ସମ୍ବନ୍ଧୀୟ ରୋଗ ମାତ୍ର ୧୫-୩୦ ସେକେଣ୍ଡରେ ଜଣାପଡ଼ିବ । ତେବେ ଆସନ୍ତୁ ଜାଣିବା ସେହି ସୁବିଧା ବିଷୟରେ ।

ଏମ୍ସ ନୂଆଦିଲ୍ଲୀ ଦ୍ୱାରା ନ୍ୟୁ-ରିଦମ ଲ୍ୟାବ୍ ଷ୍ଟାର୍ଟଅପ୍ ସହ ମିଶି ସ୍ମାର୍ଟଫୋନ୍ ଆପ୍ ଆରମ୍ଭ ହୋଇଛି । ଏହି ଆପ୍ ଦ୍ୱାରା ମାତ୍ର ୧୫-୩୦ ସେକେଣ୍ଡରେ ଚର୍ମ ଏବଂ ମୁହଁ କ୍ୟାନ୍ସର ସହ ଚର୍ମ ସମ୍ବନ୍ଧୀୟ ଅନ୍ୟ ସମସ୍ୟାର ଚିହ୍ନଟ ହୋଇପାରିବ । ଏମ୍ସ ଭେନେରୋଲୋଜି ଏବଂ ଡର୍ମୋଟୋଲୋଜିଷ୍ଟ ଡିପାର୍ଟମେଣ୍ଟ ପ୍ରଫେସର ଡା. ସୋମେଶ ଗୁପ୍ତାଙ୍କ ଅନୂଯାୟୀ ସ୍କିନ ଡିଜିଜ୍ ଡାଇଗ୍ନୋଷ୍ଟିକ୍ ସଲ୍ୟୁସନ ମୋବାଇଲ ଆପ୍ଲିକେସନ “ଡର୍ମାଏଡ୍’ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଲଗୋରିଦିମର ବ୍ୟବହାର କରିବ । ଏହାଦ୍ୱାରା ଏକ ସାଧାରଣ ସ୍ମାର୍ଟଫୋନକୁ ଶକ୍ତିଶାଳୀ ସ୍କିନକେୟାର ଟୁଲ୍ ଭାବରେ ବ୍ୟବହାର କରାଯାଇପାରିବ ।

ଡା. ସୋମେଶ ଆଗକୁ କହିଛନ୍ତି ଯେ ସାଧାରଣ ଜଣେ ଡକ୍ଟରଙ୍କ ପାଇଁ ମୋବାଇଲ ଆପ୍ ଦ୍ୱାରା ସ୍କିନର ସ୍ଥିତିକୁ ବୁଝିବାରେ ବେଶ୍ ସହାୟକ ହେବ । ଡା.ସୋମେଶ କହିଛନ୍ତି ଯେ ଏହି ଆପ୍ ଡାକ୍ତରଙ୍କ ଠାରୁ ରୋଗୀଙ୍କ ଶରୀରରେ ହୋଇଥିବା ଘା’ ର ଫଟୋ ନେଇ ଏହାକୁ କ୍ଲାଉଡ ସର୍ଭରରେ ଅପଲୋଡ କରିଥାଏ । ଏବଂ ୧୫-୩୦ ସେକେଣ୍ଡ ମଧ୍ୟରେ ମୋବାଇଲ ଆପ୍ ବିଶ୍ଲେଷଣ କରି ତଥ୍ୟ ଦେଇଥାଏ ।

ଡା. ସୋମେଶଙ୍କ ଅନୂଯାୟୀ ଡର୍ମାଏଡ୍ ଆପ୍ ୫୦ରୁ ଅଧିକ ରୋଗର ଚିହ୍ନଟ ହୋଇପାରିବ । ଧୀରେ ଧୀରେ ଏହି ଆପକୁ ଅପଡେଟ କରାଯିବ ଏହାଦ୍ୱାରା ଆପ୍ ଆହୁରି ଅଧିକ ରୋଗ ମଧ୍ୟ ଚିହ୍ନଟ କରିପାରିବ । ଏହି ଆପ୍ ରେ ବ୍ରଣ, ସୋରାୟାସିସ, ଭିଟିଲିଗୋ, ଟିନିୟା, ଏକ୍ସିମା, ଏଲୋପେଶିୟା ଏରିୟାଟା, ବେସଲ ସେଲ କାର୍ସିାନୋମା,  ମେଲେନୋମା ଯାହା କ୍ୟାନ୍ସରର ଭଳି ସ୍କିନ୍ କ୍ୟାନ୍ସର ବିଷୟରେ ସୂଚନା ଦେବ ।

ଡା. ସୋମେଶ କହିଛନ୍ତି ବିଶ୍ୱରେ ଚର୍ମ ରୋଗ ଚତୁର୍ଥ ସବୁଠୁ ଅଧିକ ରୋଗ । ଡର୍ମାଏଡର ହେଲ୍ଥକେୟାର ଡାଟା ଭାରତରେ ବଢ଼ୁଥିବା ଉପଲବ୍ଧତା ଏବଂ ସ୍ମାର୍ଟ ଆନାଲିଟିକ୍ସକୁ ଦ୍ରୁତ ବିକାଶ କରି ଆମର ସ୍ୱାସ୍ଥ୍ୟ ପ୍ରଣାଳୀକୁ ଆହୁରି ସୁଗମ କରିପାରିବ ।

Get real time updates directly on you device, subscribe now.