fbpx

କ୍ୟାନ୍ସର ରୋଗୀଙ୍କ ପାଇଁ ଉପକାରୀ ହୋଇପାରେ ଭାଙ୍ଗ: ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ନିଶା ଦ୍ରବ୍ୟ ବିଷୟରେ ଆପଣ ଶୁଣିଥିବେ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏଭଳି ନିଶା ଦ୍ରବ୍ୟ ବିଷୟରେ କହିବୁ ଯାହା ଆପଣଙ୍କୁ ଅନେକ ରୋଗରୁ ଦେଇ ପାରେ ମୁକ୍ତି । ତେବେ ଭାଙ୍ଗ ବିଷୟରେ ତ ସମସ୍ତେ ଜାଣିଥିବେ, ଆଜି ଆମେ ଆପଣଙ୍କୁ ତାର ଫାଇଦା ବିଷୟରେ କହିବାକୁ ଯାଉଛୁ । ନିଶା ପଦାର୍ଥ ଭାବେ ଦୁରୁପଯୋଗ ହେଉଥିବା ଭାଙ୍ଗ ଗଛ କ୍ୟାନସର ରୋଗୀଙ୍କ ଯନ୍ତ୍ରଣାକୁ ଦୂର କରିବାରେ ଲାଭଦାୟକ ସାବ୍ୟସ୍ତ ହୋଇଛି। କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ(ସିଏସଆଇଆର) ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଟେଗ୍ରେଟିଭ ମେଡିସନ୍(ଆଇଆଇଆଇଏମ୍) ଭାଙ୍ଗ ଗଛରୁ ଔଷଧ ପ୍ରସ୍ତୁତ କରି ଟ୍ରାୟଲ୍ କରୁଛି। ଏହାକୁ ନେଇ ମୁମ୍ବାଇ ସେଣ୍ଟରରେ କ୍ଲିନିକାଲ୍ ଟ୍ରାୟଲ୍ ଏବଂ ଜାମ୍ମୁ ସେଣ୍ଟରରେ ଔଷଧ ଉପରେ ଗବେଷଣା ଜାରି ରହିଛି। ଏବେ ସୁଦ୍ଧା ଗବେଷଣାରେ ସାମନାକୁ ଆସିଛି ଯେ ଭାଙ୍ଗରୁ ପ୍ରସ୍ତୁତ ଔଷଧ ଅତ୍ୟନ୍ତ ପ୍ରଭାବଶାଳୀ ଯନ୍ତ୍ରଣା ନିରୋଧୀ ହୋଇ ପାରିଛି।

ଭାଙ୍ଗ ଏକ ନିଶାଦ୍ରବ୍ୟ ଅଟେ, ଏହାର ଅଧିକ ସେବନ ଆମର ସ୍ୟାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହାର ବ୍ୟବହାର କିଛି ରୋଗୀଙ୍କୁ ଠିକ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଏ । ସେହି ସବୁ ବ୍ୟକ୍ତିଙ୍କୁ ଭାଙ୍ଗ ଖାଇବା ଦରକାର ଯେଉଁମାନଙ୍କୁ ପେନ୍ କିଲର ଖାଇବା ମନା ଅଟେ । କହିବାକୁ ଗଲେ ଭାଙ୍ଗରେ ଥିବା ( ଟିଏଚସି ) ତତ୍ୱ ମତିଷ୍କର ସେହି ଅଂଶକୁ ସକ୍ରିୟ କରିଥାଏ ଯିଏ କଷ୍ଟ ସହ ଲଡିବା ପାଇଁ କିମ୍ବା କଷ୍ଟକୁ ସହିବାର କ୍ଷମତା ପାଇଁ କାମ କାରିଥାଏ ।

ଭାଙ୍ଗର ପ୍ରୟଗୋ ଡାଇବେଟିସ ଭଳି ରୋଗର ଚିକିତ୍ସାରେ ବି କରାଯାଏ । ଭାଙ୍ଗର ସଜ ପତ୍ରର ଲେପ ଲଗାଇବା ଦ୍ୱାରା ଚର୍ମ ସମ୍ବନ୍ଧିତ ରୋଗ ସବୁ ଠିକ ହୋଇଥାଏ । ୟୁରୋପୀୟନ ଜନରଲ ଅଫ ଗୈଷ୍ଟ୍ରୋଲୋଜି ଏବଂ ହେପାଟୋଲୋଜି ଅନୁସାର ଭାଙ୍ଗ ସାହାଯ୍ୟରେ ୮୬ ପ୍ରତିଶତ ରୋଗ ହୈପେଟାଇଟିସ୍ C ରୁ ମୁକ୍ତ ହୋଇଥାଏ । ଭାଙ୍ଗରେ କ୍ୟାନ୍ସସର ସହ ଲଢିବାର ଶକ୍ତି ମଧ୍ୟ ଅଛି । ଭାଙ୍ଗ ଦ୍ଵାରା କୋଲନ କ୍ୟାନ୍ସର, ବ୍ରେଷ୍ଟ କ୍ୟାନ୍ସର ଏବଂ ଲିଭର କ୍ୟାନ୍ସର ଭଳି ରୋଗର ସଫଳ ଚିକିତ୍ସା ହୋଇଥାଏ ।

Get real time updates directly on you device, subscribe now.