fbpx

ରାକ୍ଷୀ, ତିଳକ, ମେହେନ୍ଦୀକୁ ମନା କରିପାରିବେ ନାହିଁ… ପର୍ବପର୍ବାଣୀରେ ସ୍କୁଲରେ ହେବନି ପକ୍ଷପାତିତା 

ଓଡ଼ିଶା ଭାସ୍କର: ସ୍କୁଲରେ ପାଳନ ହେଉଥିବା ବିଭିନ୍ନ ପର୍ବପର୍ବାଣୀରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୌଣସି ପାନ୍ତର-ଅନ୍ତର କରାଯିବ ନାହିଁ । ପିଲାମାନଙ୍କ ମଧ୍ୟରେ କୌଣସି ପକ୍ଷପାତିତା ହେବନାହିଁ ବୋଲି ଆଶ୍ୱସ୍ତି ମିଳିଛି । ସେଥିପାଇଁ ତିଳକ, ମେହେନ୍ଦୀ ଏବଂ ରାକ୍ଷୀ ଇତ୍ୟାଦିରେ କଟକଣା ଲାଗିପାରିବ ନାହିଁ ବୋଲି କୁହାଯାଇଛି । ରାକ୍ଷୀ ପିନ୍ଧିଲେ କିମ୍ବା ତିଳକ ବା ମେହେନ୍ଦୀ ଲଗାଇଲେ ଏଥିପାଇଁ କୌଣସି ଦଣ୍ଡ ଦେଇ ପାରିବେ ନାହିଁ ସ୍କୁଲ କର୍ତ୍ତୃପକ୍ଷ । ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଏନସିପିସିଆର ।

ବିଭିନ୍ନ ପର୍ବପର୍ବାଣୀରେ ପିଲାମାନେ ତିଳକ, ମେହେନ୍ଦୀ ଇତ୍ୟାଦି ଲଗାଇ ପାରିବେ । ଏହାସହିତ ରାକ୍ଷୀ ପୂର୍ଣ୍ଣମୀରେ ମଧ୍ୟ ଛାତ୍ରଛାତ୍ରୀମାନେ ରାକ୍ଷୀ ପିନ୍ଧିପାରିବେ ବୋଲି ଗ୍ରୀନ ସିଗନାଲ ମିଳିଛି । ଏସବୁ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୌଣସି ପକ୍ଷପାତିତା କରାଯିବ ନାହିଁ । ତିଳକ, ମେହେନ୍ଦୀ ଲଗାଇବା କିମ୍ବା ରାକ୍ଷୀ ପିନ୍ଧିବା କାରଣରୁ କୌଣସି ପିଲାଙ୍କ ସ୍କୁଲ କର୍ତ୍ତୃପକ୍ଷ ବା ଶିକ୍ଷକ-ଶିକ୍ଷୟତ୍ରୀ ଦଣ୍ଡ ଦେଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି । ଏ ନେଇ ସମସ୍ତ ରାଜ୍ୟର ସ୍କୁଲ ଏବଂ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଜାରି କରିଛନ୍ତି ଏନସିପିସିଆର । ଚିଠି ଲେକି ସମସ୍ତ ରାଜ୍ୟର ଗଣଶିକ୍ଷା ବିଭାଗକୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି । ଏଣିକି ଛାତ୍ରଛାତ୍ରୀମାନେ ତିଳକ କିମ୍ବା ମେହେନ୍ଦୀ ଲଗାଇ ସ୍କୁଲକୁ ଆସିପାରିବେ । ସେହିପରି କୌଣସି ବାଧା ବିଘ୍ନ ବିନା ରାକ୍ଷୀ ପିନ୍ଧି ମଧ୍ୟ ସ୍କୁଲକୁ ଆସିପାରିବେ ଛାତ୍ରଛାତ୍ରୀ ।

Get real time updates directly on you device, subscribe now.