fbpx

ହିନ୍ଦୀ, ଇଂରାଜୀ ପରେ ୧୩ଟି ଭାଷାରେ ହେବ ସିଏପିଏଫ ଭର୍ତ୍ତି ପରୀକ୍ଷା: ଓଡିଆ ଭାଷାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ସିଏପିଏଫରେ ଭର୍ତ୍ତି ହେବାକୁ ଇଚ୍ଛା ରଖିଥିବା ଯୁବବର୍ଗଙ୍କ ପାଇଁ ଆସିଛି ଏକ ବଡ ଖବର । ଏଥିପାଇଁ ହେବାକୁ ଥିବା ପରୀକ୍ଷାରେ ହୋଇଛି ଏକ ବଡ ପରିବର୍ତ୍ତନ । ଏଣିକି ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ଅନ୍ୟ ୧୩ଟି ଭାଷାରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି । ଓଡିଆ ସମେତ ଅନ୍ୟ ୧୩ଟି ଭାଷାରେ ପରୀକ୍ଷା କରିବା ପାଇଁ ମିଳିଛି ମଞ୍ଜୁରୀ । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁରୀ ମିଳିସାରିଛି । କନଷ୍ଟେବଳ ପଦବୀରେ ନିୟୋଜିତ ପାଇବା ପାଇଁ ଏହି ପରୀକ୍ଷାକୁ ନିଜ ଭାଷାରେ ଦେଇପାରିବେ ପରୀକ୍ଷାର୍ଥୀ ।

କେନ୍ଦ୍ର ଗୃହ ମନ୍ତ୍ରାଳୟ(ଏମଏଚଏ) ତରଫରୁ କୁହାଯାଇଛି ଯେ, ହିନ୍ଦୀ, ଇଂରାଜୀ ବ୍ୟତୀତ ଅନ୍ୟ ୧୩ଟି ଭାଷାରେ ମଧ୍ୟ କରୀକ୍ଷା ଆୟୋଜନ କରାଯିବ । ସ୍ଥାନୀୟ ଯୁବବର୍ଗର ଭାଗିଦାରୀ ବଢାଇବା ସହ ଆଞ୍ଚଳିକ ଭାଷାଗୁଡିକୁ ପ୍ରୋତ୍ସାହନ ଦେବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ମନ୍ତ୍ରାଳୟ । ତେଣୁ ହିନ୍ଦୀ ଏବଂ ଇଂରାଜୀ ପରେ ଅନ୍ୟ ୧୩ଟି ଆଞ୍ଚଳିକ ଭାଷାରେ ମଧ୍ୟ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ । ସୂଚନା ଅନୁସାରେ, ଏହି ଭାଷାଗୁଡିକ ମଧ୍ୟରେ ଓଡିଆ ଭାଷା ମଧ୍ୟ ସାମିଲ ରହିଛି । ଏହା ସହିତ ଅସମିୟା, ବଙ୍ଗଳା, ଗୁଜୁରାଟୀ, ମରାଠୀ, ମାଲୟାଲମ୍, କନନ୍ଡ, ତାମିଲ ଏବଂ ତେଲୁଗୁ ପରି ଭାଷା ମଧ୍ୟ ସାମିଲ ରହିଛି । ସେହିପରି ଉର୍ଦ୍ଦୁ, ପଞ୍ଜାବୀ, ମଣିପୁରୀ ଏବଂ କୋଙ୍କଣୀ ଭାଷାରେ ମଧ୍ୟ ପରୀକ୍ଷା କରାଇବାକୁ ମଞ୍ଜୁରୀ ମିଳି ସାରିଛି । ଏହି ନିଷ୍ପତ୍ତି ଦ୍ୱାରା ଲକ୍ଷ ଲକ୍ଷ ଆଶାୟୀ ନିଜ ମାତୃଭାଷା ବା ଆଞ୍ଚଳିକ ଭାଷାରେ ସିଏପିଏଫ ପରୀକ୍ଷାର ସାମନା କରିପାରିବେ । ଏହା ସହି ଆଞ୍ଚଳିକ ଭାଷାକୁ ଭଲ ଭାବରେ ବୁଝିବା ପାଇଁ ଆଶାୟୀଙ୍କ ଚୟନର ସମ୍ଭାବନା ମଧ୍ୟ ବୃଦ୍ଧି ପାଇବ ।

Get real time updates directly on you device, subscribe now.