fbpx

ବିଶ୍ୱକପ ଫାଇନାଲରେ ଫେରିବେ Captain Cool ମାହି! ମୋଦୀଙ୍କ ସହ ମ୍ୟାଚ ଦେଖିବେ ପିସିବି ମୁଖ୍ୟ

ନୂଆଦିଲ୍ଲୀ: ବିଶ୍ୱକପ-୨୦୨୩ ପାଇଁ ସଜେଇ ହୋଇସାରିଛି ମହାମଞ୍ଚ । ପ୍ରସ୍ତୁତ ହୋଇ ସାରିଛନ୍ତି ଦୁଇ ଫାଇନାଲିଷ୍ଟ ଭାରତ ଏବଂ ଅଷ୍ଟ୍ରେଲିଆ । ଆସନ୍ତା ୧୯ ତାରିଖ ରବିବାରରେ ଫାଇନାଲ ଫାଇଟ ପାଇଁ ମୁହାଁମୁହିଁ ହେବେ ଟୁର୍ଣ୍ଣାମେଣ୍ଟର ଦୁଇ ସର୍ବଶ୍ରେଷ୍ଠ ଦଳ । ଭାରତର ସର୍ବବୃହତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ, ଅହମ୍ମଦାବାଦରେ ଖେଳାଯିବ ଏହି ଐତିହାସିକ ଫାଇନାଲ ଟୁର୍ଣ୍ଣାମେଣ୍ଟ । ତେଣୁ ୧୩ତମ ବିଶ୍ୱକପ ଫାଇନାଲ ଭଳି ଏହି ଐତିହାସିକ ମୁହୂର୍ତ୍ତରେ ସ୍ପେଶାଲ ଏୟାର ଶୋ’ କରାଯିବ ବୋଲି ଜାଣିବାକୁ ମିଳିଛି । ତେବେ ଏହି ମ୍ୟାଚରେ ଫେରିପାରନ୍ତି ଟିମ ଇଣ୍ଡିଆର ପୂର୍ବତନ ବିଶ୍ୱବିଜୟୀ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । ଏହାସହିତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇପାରନ୍ତି ।

ଚଳିତବର୍ଷର ବିଶ୍ୱକପ ଟିମ ଇଣ୍ଡିଆ ପାଇଁ ଖୁବ ସ୍ପେଶାଲ ରହିଛି । ଟୁର୍ଣ୍ଣାମେଣ୍ଟରେ ୧୦ଟି ମ୍ୟାଚ ଖେଳିଥିବା ବେଳେ ସମସ୍ତ ମ୍ୟାଚରେ ବିଜୟୀ ହୋଇ ଫାଇନାଲରେ ପହଞ୍ଚିଛି ରୋହିତ ସେନା । ଏହାପରେ ଦ୍ୱିତୀୟ ସେମି ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ମାତ୍ ଦେଇ ଅଷ୍ଟ୍ରେଲିଆ ମଧ୍ୟ ଫାଇନାଲରେ ପହଞ୍ଚିଛି । ତେବେ ଏହି ବିଶ୍ୱକପ ଫାଇନାଲକୁ ଫେରିପାରନ୍ତି ପୂର୍ବତନ ବିଶ୍ୱବିଜୟୀ ଅଧିନାୟକ ଏମ.ଏସ ଧୋନୀ । କ୍ୟାପଟେନ୍ କୁଲ ମାହିଙ୍କ ସହିତ ପ୍ରଥମ ବିଶ୍ୱକପ ବିଜେତା କପିଲ ଦେବ ମଧ୍ୟ ଏହି ମ୍ୟାଚରେ ପଦାର୍ପଣ କରିପାରନ୍ତି । ୨୦୧୯ ବିଶ୍ୱକପ ସେମି ଫାଇନାଲ ପରେ କ୍ରିକେଟରୁ ବିଦାୟ ନେଇଥିବା ମାହିଙ୍କ ଝଲକ ପୁଣିଥରେ ବିଶ୍ୱକପରେ ଦେଖିବାକୁ ମିଳିପାରେ । ଧୋନୀଙ୍କ ଝଲକ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି କୋଟି କୋଟି ଦର୍ଶକ । ତେବେ ଏ ନେଇ କେସøଣସି ସ୍ପଷ୍ଟ ସୂଚନା ମିଳି ନଥିଲେ ମଧ୍ୟ ମାହି ଏହି ମ୍ୟାଚ ଦେଖିବା ପାଇଁ ଆସିବେ ବୋଲି ଚର୍ଚ୍ଚା ହେଉଛି ।

ତେବେ ବିଶ୍ୱକପ ଫାଇନାଲର ଏହି ଐତିହାସିକ ମ୍ୟାଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇପାରନ୍ତି । ଏହାସହିତ ଗୃହମନ୍ତ୍ରୀ ଅମିତ ଶାହା ଏବଂ ପାକିସ୍ତାନ ବୋର୍ଡର ମୁଖ୍ୟ ଜାକା ଅଶରଫ ମଧ୍ୟ ଏହି ଫାଇନାଲ ପାଇଁ ଷ୍ଟାଡିୟମରେ ଉପସ୍ଥିତ ରହିବେ । ଏହି ମ୍ୟାଚ ପାଇଁ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ଏବଂ ଡେପୁଟି ପ୍ରଧାନମନ୍ତ୍ରୀ ରିଚାର୍ଡ ମାର୍ଲେସଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଆଶା କରାଯାଉଛି ଯେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଫାଇନାଲ ମ୍ୟାଚ୍ ଦେଖିବା ପାଇଁ ଅହମ୍ମଦାବାଦରେ ପହଞ୍ଚିବେ।

ତେବେ ଫାଇନାଲ ସନ୍ଧ୍ୟାରେ ସିଙ୍ଗର ଦୁଆ ଲୀପା, ପ୍ରୀତମ ଚକ୍ରବର୍ତ୍ତୀ ଏବଂ ଆଦିତ୍ୟ ଗଢୱୀ ପରଫର୍ମ କରିବା ନେଇ କାର୍ଯ୍ୟକ୍ରମ ରହିଛି । ଏହାବ୍ୟତୀତ କ୍ରିକେଟରମାନଙ୍କ ପତ୍ନୀ ଏବଂ ପରିବାର ସଦସ୍ୟଙ୍କ ସମେତ ପୂର୍ବ କ୍ରିକେଟର ସଚିନ୍ ତେନ୍ଦୁଲକର, ଆହତ ଯୋଗୁଁ ଦଳରୁ ବାଦ୍ ପଡ଼ିଥିବା ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଏହି ମୁକାବିଲାରେ ଷ୍ଟାଡିୟମରେ ପହଞ୍ଚିବେ । ସେହିପରି ଆଇସିସିର ବଡ଼ ବଡ଼ ଅଧିକାରୀ ତଥା ବିଭିନ୍ନ ଷ୍ଟେଟ ଆସୋସିଏସନ୍ ର ସଦସ୍ୟ ଏହି ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମରେ ଉପସ୍ତିତ ରହିବେ ବୋଲି ଜାଣିବାକୁ ମିଳିଛି ।

Get real time updates directly on you device, subscribe now.