fbpx

ଖୁବଶୀଘ୍ର ଫେରୁଛନ୍ତି Captain ହାର୍ଦ୍ଦିକ: ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ଖୁସି ଖବର

Advertisement

ନୂଆଦିଲ୍ଲୀ: ଭାରତ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତ ହେଉଛି । ଏହି ସମୟରେ ଟିମ ଇଣ୍ଡିଆ ପାଇଁ ଆହତ ସମସ୍ୟା ଚିନ୍ତାର ବିଷୟ ପାଲଟିଛି । ଦିନିକିଆ ସିରିଜରେ ଷ୍ଟାର ବ୍ୟାଟର ଋତୁରାଜ ଗାଏକ୍ୱାଡ ଆହତ ହୋଇ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଛନ୍ତି । ସେହିପରି ଟି-୨୦ ସିରିଜରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଆହତ ହୋଇଥିବା ବେଳେ ପ୍ରାୟ ଦେଢ ମାସରୁ ଅଧିକ ସମୟ ସେ କ୍ରିକେଟରୁ ଦୂରେଇ ରହିପାରନ୍ତି । ତେବେ ଏସବୁ ଭିତରେ ଟିମ ଇଣ୍ଡିଆକୁ ଏକ ଖୁସି କବର ମଧ୍ୟ ମିଳିଛି । ଦଳର ଟି-୨୦ ନିୟମିତ ଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସୁସ୍ଥ ହୋଇ ସାରିଛନ୍ତି । ଖୁବଶୀଘ୍ର ସେ ଦଳକୁ କମବ୍ୟାକ କରିବେ ବୋଲି ଜାଣିବାକୁ ମିଳିଛି ।

ନିକଟରେ ଶେଷ ହୋଇଥିବା ବିଶ୍ୱକପରେ ବାଂଲାଦେଶ ବିପକ୍ଷରେ ଆହତ ହୋଇ ଦଳରୁ ବାଦ୍ ପଡ଼ିଥିଲେ ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଏହାପରେ ଅଷ୍ଟ୍ରେଲିଆ ବିପକ୍ଷ ଟ-୨୦ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜରୁ ସେ ବାଦ୍ ପଡ଼ିଛନ୍ତି । ତେବେ ଆସନ୍ତା ମାସରେ ହେବାକୁ ଥିବା ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ତାଙ୍କ କମବ୍ୟାକକୁ ନେଇ ଆଲୋଚନା ହେଉଥିବା ବେଳେ ବର୍ତ୍ତମାନ ଏହାର ସ୍ପଷ୍ଟ ଖବର ଜାଣିବାକୁ ମିଳିଛି । ମିଳିଥିବା ସଦ୍ୟ ରିପୋର୍ଟ ଅନୁସାରେ, ହାର୍ଦ୍ଦିକ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ସୁସ୍ଥ ହୋଇ ମଇଦାନକୁ କମବ୍ୟାକ କରିପାରନ୍ତି । ଏକ ବିଶେଷ ସୂତ୍ରରୁ ପ୍ରକାଶ ପାଇଛି ଯେ, ହାର୍ଦ୍ଦିକ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ବେଳେ ନିୟମିତ ଭାବରେ ଅଭ୍ୟାସ କରୁଛନ୍ତି । ତେଣୁ ସେ ଖୁବଶୀଘ୍ର କମବ୍ୟାକ କରିପାରିବେ ।

ବିଶେଷ ସୂତ୍ରରେ କୁହାଯାଇଛି ଯେ, ହାର୍ଦ୍ଦିକ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି । ସେ ନିୟମିତ ପ୍ରାକ୍ଟିସ ମଧ୍ୟ କରୁଛନ୍ତି । ତେବେ ଆଇପିଏଲ ଖେଳିବେ ନାହିଁ ବୋଲି ହେଉଥିବା ଏହି ଆଲୋଚନା ସମ୍ପୂର୍ଣ୍ଣ ମିଥା ଏବଂ ଗୁଜବ ବୋଲି କହିଛନ୍ତି ସମ୍ପୃକ୍ତ ଅଧିକାରୀ । ଆଇପିଏଲ-୨୦୨୪କୁ ଏବେ ବି ପ୍ରାୟ ୪ ମାସ ବାକି ରହିଛି । ତେଣୁ ବର୍ତ୍ତମାନ ସମୟରେ ଏସବୁ ଚର୍ଚ୍ଚା ବା ଆଲୋଚନା କେବଳ ଅଟକଳ ବୋଲି କୁହାଯାଇପାରେ ।

Get real time updates directly on you device, subscribe now.