fbpx

Ind vs Pak; ‘ତ୍ରିଶତକ’ହାସଲ କଲେ ଅଧିନାୟକ ରୋହିତ: ଦିନିକିଆ କ୍ରିକେଟରେ ସୃଷ୍ଟି ହେଲା ନୂଆ ଇତିହାସ

ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷରେ ମଧ୍ୟ ଦମଦାର ବ୍ୟାଟିଂ ଜାରି ରଖିଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ପାକିସ୍ତାନର ୧୯୨ ରନ୍ ଟାର୍ଗେଟକୁ ପିଛା କରି ସୁନ୍ଦର ଆରମ୍ଭ ସହ ସହଜ ବିଜୟ ଲକ୍ଷ୍ୟରେ ଆଗେଇ ଚାଲିଛି ଭାରତ । ଏହି ମ୍ୟାଚରେ ରୋହିତ ନିଜ ଅର୍ଦ୍ଧଶତକ ହାସଲ କରିସାରିଛନ୍ତି । ଏହି ଦମଦାର ଇନିଂସ ସହ ଦିନିକିଆ କ୍ରିକେଟରେ ଏକ ଇତିହାସ ସୃଷ୍ଟି କରିଛନ୍ତି । ଏହି ମ୍ୟାଚରେ ତ୍ରିଶତକ ହାସଲ କରିଛନ୍ତି ହିଟମ୍ୟାନ୍ ରୋହିତ ଶର୍ମା ।

ଟିମ ଇଣ୍ଡିଆର ଅଧିନାୟକ ରୋହିତ ଦିନିକିଆ କ୍ରିକେଟରେ ୩୦୦ ଛକାର ଏକ ମହାରେକର୍ଡ ନିଜ ନାମରେ କରିଛନ୍ତି । ଖବର ଲେଖାଯିବା ସୁଦ୍ଧା ରୋହିତ ମୋଟ ୩୦୧ଟି ଛକାର ଅଦିକାରୀ ପାଲଟିଛନ୍ତି । ଏହି ଛକା ସହ ଦିନିକିଆରେ ସର୍ବାଧିକ ଛକା ମାରିବା ତାଲିକାରେ ତୃତୀୟ ସ୍ଥାନକୁ ପହଞ୍ଚିଛନ୍ତି ରୋହିତ । ତେବେ ଦିନିକିଆରେ ସର୍ବାଧିକ ଛକା ତାଲିକାରେ ରୋହିତ ୩୦୧ ଛକା ମାରିଥିବା ବେଳେ ଟି-୨୦ରେ ୧୮୨ ଏବଂ ଟେଷ୍ଟ କ୍ୟାରିୟରରେ ୭୭ଟି ଛକା ହାସଲ କରିଛନ୍ତି । ତେବେ ଏହି ତାଲିକାରେ ଶୀର୍ଷରେ ରହିଛନ୍ତି ପାକିସ୍ତାନର ପୂବତନ କ୍ରିକେଟର ଶାହିଦ ଆଫ୍ରିଦି । ସେ ନିଜ କ୍ୟାରିୟରରେ ମୋଟ ୩୫୧ ଟି ଛକା ହାସଲ କରିଛନ୍ତି । ତାଙ୍କ ପରେ ୟୁନିଭର୍ସ ବସ୍ କ୍ରିସ ଗେଲ ୩୩୧ ଛକା ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତେବେ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି ରୋହିତ ଶର୍ମା ।

ଏହାବ୍ୟତୀତ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଛକା ମାରିଥିବା କ୍ରିକେଟରଙ୍କ ତାଲିକାରେ ମଧ୍ୟ ଶୀର୍ଷରେ ରହିଛନ୍ତି ରୋହିତ ଶର୍ମା । ଏଯାବତ୍ ସେ ମୋଟ ୫୬୦ଟି ଛକା ନିଜ ନାମରେ କରିଛନ୍ତି । ରୋହିତଙ୍କ ପରେ ୫୫୩ ଛକା ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ୱେଷ୍ଟଇଣ୍ଡିଜର ପୂର୍ବତନ କ୍ରିକେଟର କ୍ରିସ ଗେଲ୍ । ଏହାପରେ ୪୭୬ ଛକା ସହ ତୃତୀୟ ସ୍ଥାନରେ ପାକିସ୍ତାନର ପୂର୍ବତନ ଷ୍ଟାର କ୍ରିକେଟର ଶାହିଦ ଆଫ୍ରିଦି ରହିଛନ୍ତି ।

Get real time updates directly on you device, subscribe now.