ଦର୍ଶକଙ୍କୁ ନିରାଶ କଲେ କ୍ୟାପଟେନ ରୋହିତ ଶର୍ମା, ପଡ଼ିଆ ମଝିରେ ହାତ ଯୋଡ଼ି କ୍ଷମା ମାଗିଲେ

ମିସ୍ ହୋଇଗଲା ଅକ୍ଷରଙ୍କ ହ୍ୟାଟ୍ରିକ। ନିଜ ଉପରେ ରାଗି ଯାଇ ପଡ଼ିଆ ମଝିରେ ହାତ ପିଟିଲେ ରୋହିତ। କ୍ଷମା ମଧ୍ୟ ମାଗିଲେ।

ଦୁବାଇ: ରୋହିତ କରିଦେଲେ ବଡ଼ ଭୁଲ। ଆଇସିସି ଚ୍ୟାମ୍ପିୟନ୍ସ ଟ୍ରଫି ବେଳେ ପଡିଆ ମଝିରେ ହାତ ଯୋଡ଼ି ଭୁଲ ମାଗିଲେ। ନିଜ ଭୁଲ ପାଇଁ ନିଜେ ପଶ୍ଚାତାପ ମଧ୍ୟ କଲେ। ଯାହାର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି।

ତେବେ ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ ଏକ ଧମାକାଦାର ମ୍ୟାଚ୍ ସହିତ ଆରମ୍ଭ ହୋଇଛି। ଟୁର୍ଣ୍ଣାମେଣ୍ଟରେ ଭାରତୀୟ କ୍ରିକେଟ ଦଳର ପ୍ରଥମ ମୁକାବିଲା ବାଂଲାଦେଶ ସହିତ ହୋଇଛି। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି।

ଟସ୍ ଜିତିଲା ବାଂଲାଦେଶ: ଟସ୍ ଜିତିବା ପରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଏହି ଡିସିସନ ବୋଧହୁଏ ବାଂଲାଦେଶ ଉପରେ ଭାରି ପଡିଥିଲା। କାରଣ ଟିମ୍ ଇଣ୍ଡିଆର ସ୍ପିନର ଅକ୍ଷର ପଟେଲଙ୍କ ବଲ୍ ଆଗରେ ବାଂଲାଦେଶୀ ବ୍ୟାଟସମ୍ୟାନମାନେ ସମ୍ପୂର୍ଣ୍ଣ ଅସହାୟ ମନେ ହେଉଥିଲେ।

ଅକ୍ଷର ପଟେଲ ହ୍ୟାଟ୍ରିକ: ଇନିଂସର ୯ମ ଓଭରରେ ଅକ୍ଷର ପଟେଲ କ୍ରମାଗତ ୨ଟି ବଲରେ ୨ଟି ୱିକେଟ ନେଇ ଏକ ସନ୍ସେସନ୍ ସୃଷ୍ଟି କରିଥିଲେ। ତୃତୀୟ ବଲରେ ଅକ୍ଷର ପଟେଲ ମଧ୍ୟ ଏକ ୱିକେଟ ପାଇଥିଲେ। ଯାହାକି ଏହି ମ୍ୟାଚରେ ତାଙ୍କର ହ୍ୟାଟ୍ରିକ ହେବ ବୋଲି ଆଶା କରାଯାଇଥିଲା। ହେଲେ ରୋହିତ ଶର୍ମାଙ୍କ ଏକ ଛୋଟ ଭୁଲ ପାଇଁ ଅକ୍ଷରଙ୍କ ହାତରୁ ହ୍ୟାଟ୍ରିକ ମିସ୍ ହୋଇଗଲା।

କ୍ଷମା ମାଗିଲେ ରୋହିତ: କାରଣ ରୋହିତଙ୍କ ହାତରୁ ସ୍ଲିପରେ କ୍ୟାଚ୍ ମିସ୍ ହୋଇଗଲା। ଯାହା ଫଳରେ ଅକ୍ଷରଙ୍କ ହ୍ୟାଟ୍ରିକ୍ ପୂରଣ ହୋଇପାରିନଥିଲା। ରୋହିତ ଶର୍ମା କ୍ୟାଚ୍ ଛାଡିଥିବାରୁ ନିଜେ ମଧ୍ୟ ଅନୁତାପ କରିଥିଲେ। ଏମିତିକି ନିଜ ଉପରେ ରାଗି ତଳେ ପଡିଆରେ ନିଜ ହାତକୁ ପିଟିବାରେ ଲାଗିଥିଲେ।

ଏହା ପରେ ସେ ଅକ୍ଷର ପଟେଲଙ୍କୁ କ୍ଷମା ମାଗିବା ମଧ୍ୟ ଦେଖାଯାଇଥିଲା। ରୋହିତ ଶର୍ମା ବାଂଲାଦେଶର ଜାକେର ଅଲିଙ୍କ କ୍ୟାଚ୍ ଛାଡି ଦେଇଥିଲେ।