Captaincy ନା ଲମ୍ବା କ୍ୟାରିୟର… ବୁମରାହଙ୍କ ଆଗରେ ୨ଟି ରାସ୍ତା; କାହାକୁ ବାଛିବେ ଜଶପ୍ରୀତ?
ବୁମରାହ ଧରିବେ କି ଟିମ ଇଣ୍ଡିଆର ମଙ୍ଗ? ବିସିସିଆଇ ନେଇପାରେ ବଡ଼ ନିଷ୍ପତ୍ତି, କାହାକୁ ବାଛିବେ ଜଶପ୍ରୀତ?
ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ଖରାପ ଫର୍ମ ପରେ ଏବେ ନୂଆ ଅଧିନାୟକ ଖୋଜୁଛି ଟିମ ଇଣ୍ଡିଆ । ଷ୍ଟାର ବୋଲର ଜଶପ୍ରୀତ ବୁମରାହଙ୍କୁ ଦଳର ଅଧିନାୟକ ପଦ ଦେବା ପାଇଁ ବିଚାର କରୁଛି ବୋର୍ଡ ।
କିନ୍ତୁ ଜଶପ୍ରୀତ ବୁମରାହଙ୍କ ଆଗରେ ଏବେ ୨ଟି ରାସ୍ତା ରହିଛି? ଗୋଟିଏ ପଟେ ଅଧିନାୟକ ପଦ ଏବଂ ଅନ୍ୟ ପଟେ ନିଜର ଲମ୍ବା କ୍ୟାରିୟର… ତେବେ କାହାକୁ ବାଛିବେ ଷ୍ଟାର ବୋଲର?
ରୋହିତଙ୍କ ଉତ୍ତରାଧିକାରୀ ଭାବରେ ଜଶପ୍ରୀତ ବୁମରାହଙ୍କୁ ଦଳର ଅଧିନାୟକ ଭାବରେ ଦାୟିତ୍ୱ ଦେବା ପାଇଁ ଚିନ୍ତା କରୁଛି ଟିମ ଇଣ୍ଡିଆ । ତେବେ ଏମିତି ହେଲେ, ବୁମରାହଙ୍କ କ୍ୟାରିୟର ପ୍ରତି ମଧ୍ୟ ବିପଦ ରହିଛି । ତେଣୁ ଅଧିନାୟକ ପଦ ଗ୍ରହଣ କରିବା ପୂର୍ବରୁ ବୁମରାହଙ୍କୁ ଏ ନେଇ ଭଲ ଭାବରେ ଚିନ୍ତା କରିବାକୁ ପଡ଼ିବ ।
ଆହତ ସମସ୍ୟା ହେବ ଚିନ୍ତାର କାରଣ: ଟିମ ଇଣ୍ଡିଆ ପାଇଁ ବୁମରାହ ପ୍ରମୁଖ ବୋଲର ହୋଇଥିବା ବେଳେ ଅନେକ ସମୟରେ ସେ ଆହତ ସମସ୍ୟାର ସାମନା କରୁଛନ୍ତି । ତେବେ ବର୍ତ୍ତମାନ ସେ ଅଧିନାୟକ ଦୌଡ଼ରେ ଖୁବ ଆଗରେ ରହିଥିଲେ ମଧ୍ୟ ଏହି ସମସ୍ୟା ତାଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।
ଅଧିନାୟକ ପଦ ପାଇଁ ସମସ୍ୟା: ଆହତ ସମସ୍ୟାକୁ ଦୃଷ୍ଟିରେ ରଖି ବୁମରାହଙ୍କୁ ମସସ୍ତ ମ୍ୟାଚ୍ ଖେଳିବାରୁ ଦୂରେଇ ରହିବାକୁ ପଡ଼ିବ । କିନ୍ତୁ ଅଧିନାୟକ ଦାୟିତ୍ୱରେ ଥାଇ ସେ ଅଧିକ ସମୟ ପାଇଁ ବିଶ୍ରାମ ନେଇପାରିବେ ନାହିଁ । ଏହାଦ୍ୱାରା ଦଳ ଉପରେ ପ୍ରଭାବ ପଡ଼ିପାରେ । ତେଣୁ ବୁମରାହ ଅଧିନାୟକ ଦାୟିତ୍ୱରୁ ଦୂରେଇ ରହିପାରନ୍ତି ।
କାହାକୁ ବାଛିବେ ବୁମରାହ: ତେବେ ବୁମରାହଙ୍କୁ ଦଳରେ ପ୍ରମୁଖ ମ୍ୟାଚ୍ ଏବଂ ସିରିଜ ପାଇଁ ଫିଟ୍ ରଖିବାକୁ ଚାହିଁବ ଟିମ ଇଣ୍ଡିଆ । ଏହି କାରଣ ପାଇଁ ବୁମରାହ ଅଧିନାୟକ ପଦ ହରାଇପାରନ୍ତି । କିନ୍ତୁ ବୁମରାହ ଏବଂ ଟିମ ଇଣ୍ଡିଆ ପାଇଁ ଅଧିନାୟକ ପଦ ଅପେକ୍ଷା ଲମ୍ବା କ୍ୟାରିୟରକୁ ବାଛିପାରନ୍ତି ।
ବାଧ୍ୟ କରିବନି ବୋର୍ଡ: ବୁମରାହଙ୍କ କ୍ରିକେଟ କ୍ୟାରିୟରରେ ସେ ଅନେକ ସମୟରେ ଆହତ ରହିଛନ୍ତି । କିନ୍ତୁ ଯଦି ତାଙ୍କୁ ଅଧିନାୟକ ପଦ ନେବାକୁ ବାଧ୍ୟ କରାଯାଏ, ଏହା ତାଙ୍କ ଭବିଷ୍ୟତ ଉପରେ ପ୍ରଭାବ ପକାଇପାରେ ।
ତେଣୁ ଭାରତୀୟ କ୍ରିକେଟ ବୋର୍ଡ ଏହି ସମ୍ଭାବନାକୁ ଦୃଷ୍ଟିରେ ରଖି ବୁମରାହଙ୍କ ବ୍ୟତୀତ ଅନ୍ୟ ଜଣେ ଖେଳାଳିଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରିବାକୁ ବିଚାର କରିପାରେ ।