fbpx

ପଣବନ୍ଦୀ ଥିବା ଯୁବକ କୋଲକାତାରୁ ଉଦ୍ଧାର

ଭୁବନେଶ୍ୱର,୩ ।୩(ଓଡିଶା ଭାସ୍କର): ପଣବନ୍ଦୀ ଥିବା ଯୁବକସୋର କେଶପୁର ଗାଁର ଜଣେ ଯୁବକଙ୍କୁ କୋଲକାତାରୁ ଉଦ୍ଧାର କରାଯାଇଛି । କୋଲକାତା ପୋଲିସ ସହାୟତାରେ ସୋର ପୋଲି ଯୁବକଙ୍କୁ ଉଦ୍ଧାର କରିଛି ।

ତେବେ ଚାକିରି ପରାଇଦେବାକୁ ଡାକି ନେଇ ଯୁବକଙ୍କୁ ପଣବନ୍ଦୀ କରିଥିଲେ ଦୁର୍ବୃତ୍ତ । ଘର ଲୋକଙ୍କ ଅଭିଯୋଗ ପରେ ଚବିଶପ୍ରଗଣାରୁ ଯୁବକଙ୍କୁ ଉଦ୍ଧାର କରିଛି ପୋଲିସ । ଯୁବକ ଉଦ୍ଧାର ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଅପହର୍ତ୍ତାମାନେ ଧରାପଡିନାହାନ୍ତି । ଦୁର୍ବୃତ୍ତମାନେ ୮ ଲକ୍ଷ ଟଙ୍କା ଦାବିରେ ଯୁବକଙ୍କୁ ପଣବନ୍ଦୀ କରି ରଖିଥିଲେ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି ।

Get real time updates directly on you device, subscribe now.