fbpx
BSKY SKY
BSKY SKY

ମହାନଦୀ ସେତୁ ଉପରେ ବାଇକ୍‌କୁ ପିଟିଲା କାର୍‌: ନଦୀରେ ପଡ଼ିଗଲେ ମହିଳା !

BSKY

ବୌଦ୍ଧ (ଭାସ୍କର ନ୍ୟୁଜ୍‌): ବୌଦ୍ଧରେ ମହାନଦୀ ସେତୁ ଉପରେ ଏକ ଅଘଟଣ ଘଟିଛି । କାର୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ନିଖୋଜ ହୋଇଯାଇଛନ୍ତି । ମୃତକ ଜଣେ ପୁରୁଷ ହୋଇଥିବା ବେଳେ ନିଖୋଜ ଜଣେ ମହିଳା । ସେ ନଦୀରେ ଖସି ପଡ଼ିଥିବା ସୂଚନା ମିଳିଛି । ତାଙ୍କୁ ନଦୀରେ ଖୋଜାଖୋଜି କରିବା ପାଇଁ ପୋଲିସ୍‌ ଓ ଅଗ୍ନିଶମ ଟିମ୍‌ ପହଞ୍ଚିଛନ୍ତି ।

ସୂଚନା ମୁତାବିକ, ବୌଦ୍ଧ ପଟରୁ ଏକ କାର ଯାଉଥିବା ବେଳେ କିଆକଟା ପଟରୁ ଆସୁଥିବା ବାଇକକୁ ସାମ୍ନା ପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟପକ୍ଷରେ ବାଇକ୍‌ ପଛରେ ବସିଥିବାରୁ ବ୍ରିଜରୁ ଛିଟିକି ମହାନଦୀରେ ମହିଳା ଜଣକ ପଡିଯାଇଥିଲେ। ପରେ ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହୀନିକୁ ସୂଚନା ଦିଆଯାଇଥିଲା।ଘଟଣାସ୍ଥଳ ଅଗ୍ନିଶମ ଟିମ୍ ପହଞ୍ଚି ମହାନଦୀରେ ନିଖୋଜ ଥିବା ମହିଳାଙ୍କ ଖୋଜା ଖୋଜି ଆରମ୍ଭ କରିଥିଲା। କିନ୍ତୁ ମହିଳା ପତ୍ତା ମିଳିପାରିନାହିଁ।

Get real time updates directly on you device, subscribe now.