୫ଟି ବୁଥରେ ଟୋଲ ଟ୍ୟାକ୍ସ ଦେବେନି କାର-ବାଇକ୍ ଚାଳକ, ମୁମ୍ବାଇ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଏକନାଥ ସିନ୍ଦେ ରାଜ୍ୟ ମନ୍ତ୍ରୀମଣ୍ଡଳର ବୈଠକରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ସୋମବାର ରାତି ୧୨ଟାରେ ଲାଗୁ ହେବ । ଏଥିସହ ମହାରାଷ୍ଟ୍ର ସ୍କିଲ ଡେଭଲପମେଣ୍ଟ ୟୁନିଭର୍ସିଟିର ନାମ ପରିବର୍ତ୍ତନର ନିଷ୍ପତ୍ତି ନେଇଛନ୍ତି । ଏହି ୟୁନିଭର୍ସିଟି ବର୍ତ୍ତମାନ ରତନ ଟାଟାଙ୍କ ନାମରେ ନାମିତ ହେବ । ଲାଇଟ ମୋଟର ହ୍ୱିକଲର ଶ୍ରେଣୀରେ କାର, ବାଇକ, ଅଟୋ, ଭ୍ୟାନ, ପିକଅପ ଏବଂ ମିନି ଟ୍ରକ ସାମିଲ ଅଛି ।

ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଦାଦା ଭୂସେ କହିଛନ୍ତି ଯେ, ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀମଣ୍ଡଳ ବୈଠକରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମୁମ୍ବାଇର ପାଞ୍ଚଟି ଟୋଲରେ ୪୫ ଟଙ୍କା ଏବଂ ୭୫ ଟଙ୍କାର ଶୁଳ୍କ ଲାଗିଥାଏ, ଏହା ୨୦୨୬ ପର୍ଯ୍ୟନ୍ତ ଲାଗୁ ଥିଲା । ଏହି ରାସ୍ତାରେ ପାଖାପାଖି ୩.୫ ଲକ୍ଷ ଯାନ ଯିବା ଆସିବା କରନ୍ତି । ଏଥିରେ ପାଖାପାଖି ୭୦ ହଜାର ଭାରି ଯାନ ଥିଲା ଏବଂ ୨.୮୦ ଲକ୍ଷ ହାଲୁକା ଯାନ ଥିଲା । ରାତି ୧୨ଟାରୁ ଏହି ନିୟମ ଲାଗୁ ହେବ । ଏଥିରେ ୨ ଲକ୍ଷ ୮୦ ହଜାର କାର ବା ଛୋଟ ଯାନକୁ ଏହି ଟୋଲ ଛାଡର ଫାଇଦା ମିଳିବ । ବହୁ ସମୟରୁ ଲୋକଙ୍କ ଦାବି ଥିଲା ଯେ, ଟୋଲ ଛାଡ କରାଯାଉ ଏବଂ ଲୋକଙ୍କ ଦାବିକୁ ଧ୍ୟାନରେ ରଖି ସରକାର ଟୋଲ ଛାଡର ନିଷ୍ପତ୍ତି ନେଇଛନ୍ତି ।

ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ସମ୍ମାନରେ ମହାରାଷ୍ଟ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ମହାରାଷ୍ଟ୍ର ସ୍କିଲ ଡେଭଲପମେଣ୍ଟ ୟୁନିଭର୍ସିଟି ବର୍ତ୍ତମାନ ଟାଟାଙ୍କ ନାମରେ ଜଣାଶୁଣା । ରତନ ଟାଟାଙ୍କ ପରଲୋକ ପରେ ମହାରାଷ୍ଟ୍ର ସରକାର ରାଜକୀୟ ସମ୍ମାନ ସହ ତାଙ୍କର ଶବଦାହ ବି କରାଇଥିଲେ । ୯ ଅକ୍ଟୋବରର ବିଳମ୍ବିତ ରାତିରେ ରତନ ଟାଟାଙ୍କ ପରଲୋକ ଘଟିଥିଲା । ରତନ ଟାଟା ନିଜ କ୍ୟାରିୟରରେ ଦେଶ ପାଇଁ ଭଲ କାମ କରିବା ଏବଂ ଭାରତକୁ ନୂଆ ପରିଚୟ ଦେବା ପାଇଁ କାର୍ଯ୍ୟ କରିଛନ୍ତି । ଏହି କାରଣରୁ ତାଙ୍କ ସ୍ମୃତି ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.