fbpx

ଶୋଇଥିବା ବେଳେ ଘରେ ପଶିଗଲା କାର୍, ମହିଳା ମୃତ

ବୌଦ୍ଧ: ଘରେ ଶୋଇଥିବା ଅବସ୍ଥାରେ ଏକ କାର ମାଡିଯାଇଥିବା କଥା ସାମ୍ନାକୁ ଆସିଛି । ଫଳରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ଏନଏଚ ୫୭ ରାଧାନଗର ଛକ ନିକଟରେ ଏପରି ଅଭାବନୀୟ ଘଟଣା ଘଟିଛି । ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ ।

ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲାର ଏନଏଚ ୫୭ ରାଧାନଗର ଛକ ନିକଟରେ ଥିବା ଏକ ଘରେ ଜଣେ ମହିଳା ଶୋଇଥିଲେ । ଅଚାନକ ଏକ କାର ଦ୍ରୁତ ଗତିରେ ସେହି ଘରେ ପଶିଯାଇଥିଲା । ଫଳରେ ସେହି ମହିଳାଙ୍କର ସଙ୍ଗେ ସଙ୍ଗେ ମୃତ୍ୟୁ ଘଟିଛି । ଏନେଇ ଉତ୍ୟକ୍ତ ଲୋକ ଖୋର୍ଦ୍ଧା-ବଲାଙ୍ଗୀର ରାସ୍ତା ଅବରୋଧ କରିଛନ୍ତି ।

ଘଟଣାସ୍ଥଳରେ ଉତ୍ୟକ୍ତ ଲୋକେ ମହିଳାଙ୍କ ମୃତ୍ୟୁ ନେଇ ରାସ୍ତା ଅବରୋଧ କରିବା ଫଳରେ ଉଭୟ ପଟୁ ଗାଡି ଅଟକି ରହିଛି । ଦୁର୍ଘଟଣା ଘଟିବା ପରେ କାର୍ ଛାଡି ଡ୍ରାଇଭର ଚମ୍ପଟ ମାରିଛି । କାରକୁ ନେଇ ଅଧିକ ସୂଚନା ମିଳିପାରେ ବୋଲି ପୋଲିସ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.