fbpx

ପଣ୍ଡ ହେଲା କାର ଚୋରି ଉଦ୍ୟମ, ମେଟ୍ରୋ ଷ୍ଟେସନ୍‌ର ସିଡ଼ିରେ ଫସିଗଲା : ଚୋରକୁ କାବୁ କଲା ପୋଲିସ

ନୂଆଦିଲ୍ଲୀ: ପଣ୍ଡ ହେଲା କାର ଚୋରି ଉଦ୍ୟମ । ଗାଡ଼ି ନେଇ ଚମ୍ପଟ ମାରିବାବେଳେ ମେଟ୍ରୋ ଷ୍ଟେସନ୍‌ର ସିଡ଼ିରେ ଫସିଗଲା କାର । ଆଉ ଏହାକୁ ଉଦ୍ଧାର କରିବାକୁ ବହୁ ପରିଶ୍ରମ କରିଥିଲେ ଅଗ୍ନିଶମ କର୍ମଚାରୀ । ସମ୍ପୂର୍ଣ୍ଣ ଘଟଣାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ବେଳେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ନିକଟରେ ସ୍ପେନ୍‌ର ରାଜଧାନୀ ମାଡ୍ରିଡ୍‌ର ଏକ ମେଟ୍ରୋ ଷ୍ଟେସନ୍‌ରେ ଜଣେ ଯୁବକ କାର ଚୋରି କରିବାକୁ ପ୍ରୟାସ କରିଥିଲେ । ହେଲେ ସେ କାରଟିକୁ ଚୋରି କରି ନେବାରେ ବିଫଳ ହୋଇଥିଲେ । ତାଙ୍କର ଏହି କଳାକାରନାମା ଯୋଗୁଁ ଅଗ୍ନିଶମ ବିଭାଗର କର୍ମଚାରୀଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ିଥିଲା । ଅନେକ ଘଣ୍ଟାର ପ୍ରୟାସ ପରେ କାରଟିକୁ ସିଡ଼ିରୁ ଉଦ୍ଧାର କରାଯାଇଥିଲା । ଏକ ଧଳା ରଙ୍ଗର କାର ମଟ୍ରୋ ଷ୍ଟେସନ୍‌ର ସିଡ଼ିରେ ଅଟକି ରହିଛି । ଆଉ ସେହି କାରକୁ ବାହାର କରିବା ପାଇଁ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଉଦ୍ୟମ କରୁଛନ୍ତି ।

ଲୁହା ଚେନ୍‌ ବାନ୍ଧି ସେମାନେ କାରଟିକୁ ଉପରକୁ ଟାଣୁଛନ୍ତି । କାର ଡ୍ରାଇଭର ଗୁରୁତର ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ କେହି ମୃତାହାତ ହୋଇନାହାନ୍ତି । କାର ଚୋରି କରିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ କରାଯାଉଛି ବୋଲି ସ୍ଥାନୀୟ ପୋଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.