ମା’ ତାରିଣୀଙ୍କ ଦର୍ଶନ ହେଲା ଶେଷ ଦର୍ଶନ: ଫେରିବା ବେଳେ ଓଲଟିପଡ଼ିଲା କାର୍, ୧ ମୃତ, ୮ ଗୁରୁତର
କାର୍ ଓଲଟି ପଡ଼ି, ଜଣେ ମୃତ, ୮ ଗୁରୁତର
ଖଲ୍ଲିକୋଟ: ଏକ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଏନଏଚ ୧୬ ନାରାୟଣୀ ଛକରେ ଓଲଟିପଡ଼ିଲା କାର୍। ସୂଚନାନୁଯାୟୀ, ମା’ ତାରିଣୀଙ୍କ ଦର୍ଶନ ସାରି ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି। ସମସ୍ତେ ବ୍ରହ୍ମପୁର ଆଙ୍କୁଲି ଅଞ୍ଚଳର ବୋଲି ଜଣାପଡ଼ିଛି। ସମସ୍ତେ ବୁଲିବାକୁ ଯାଇଥିଲେ।
ଗାଡ଼ିରେ ୫ ନାବାଳିକା ସହ ୧୨ ଜଣ ଥିଲେ। ଏଥିରେ ଜଣେ ମୃତ। ୮ ଜଣ ଗୁରୁତର ହୋଇଛନ୍ତି। ଏହି ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ପରେ ସମସ୍ତେ ଭୟଭୀତ ହୋଇଯାଇଛନ୍ତି। କାର୍ ଓଲଟି ପଡ଼ିବା ପରେ ସ୍ଥାନୀୟ ଲୋକେ ଏମାନଙ୍କୁ ଉଦ୍ଧାର କରିବାକୁ ଆଗେଇ ଆସିଥିଲେ।