fbpx

ଚକ୍ ଚକ୍ ଦିଶିବ କାର ସିଟ୍, ସଫା କରିବାରେ କରନ୍ତୁନି ହେଳା, ଆପଣାନ୍ତୁ ଏହି ସହଜ ଟିପ୍ସ

ଓଡ଼ିଶା ଭାସ୍କର: ଅଧିକାଂଶ ବ୍ୟକ୍ତିଙ୍କ କାର ସଉକ୍ ରହିଥାଏ । ଏଥିପାଇଁ ପ୍ରାୟ ଲୋକମାନେ ଋଗଓ ବିକଳ୍ପ ଚୟନ କରିଥାନ୍ତି । ଦେଶରେ ଏବେ ବି କିଛି ଧନୀ ବ୍ୟକ୍ତି, ବଡ଼ ବଡ଼ କଳାକାରଙ୍କ ପାଖରେ ଟୋୟୋଟା, ଅଡି, ବିଏମଡବଲୁ୍ୟ, ୱଲକ୍ସୱାଗନ, ସ୍କୋଡା, ଫରାରି ଇତ୍ୟାଦି ବିଭିନ୍ନ ବ୍ରାଣ୍ଡର କାର ରହିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କାରର ମୂଲ୍ୟ ଅଧିକ ହେଉ କିମ୍ବା କମ୍ ଏହାର ଯତ୍ନ ନେବା ଆବଶ୍ୟକ । ନଚେତ ଏହା ଶୀଘ୍ର ଖରାପ ହୋଇଥାଏ । ପ୍ରାୟ ବ୍ୟକ୍ତି କାରର ଇଂଜିନ ଏବଂ ବାହ୍ୟ ଚାକଚକ୍ୟ ଉପରେ ଅଧିକ ଧ୍ୟାନ ଦେଇଥାନ୍ତି । ଏଥିମଧ୍ୟରେ ବେଳେ ବେଳେ କାରର ଇଣ୍ଟେରିୟର ଅଣଦେଖା ରହିଯାଏ । ସାଧାରଣତଃ କାରର ସିଟ୍ ଲିଦରରେ ହୋଇଥାଏ । କାରର ସ୍ୱଚ୍ଛ ଇଣ୍ଟେରିୟର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ତେଣୁ ନିମ୍ନଲିଖିତ କିଛି ଟିପ୍ସ ଆପଣାଇବା ଦ୍ୱାରା କାର ସିଟ୍ ଦୀର୍ଘ ସମୟ ପର୍ଯ୍ୟନ୍ତ ନୂଆ ପରି ଦେଖାଯାଏ ।

୧. ମାଇଲ୍ଡ କ୍ଲିନର: ଆଜିକାଲି କାରର ସିଟ୍ ସଫା କରିବା ପାଇଁ ବଜାରରେ ବିଭିନ୍ନ ପ୍ରକାର ଲିଦର କ୍ଲିନର ଉପଲବ୍ଧ । ଏହାକୁ ଡାଇରେକ୍ଟ ସିଟ୍ ଉପରେ ବ୍ୟବହାର କରନ୍ତୁ ନାହିଁ । ପ୍ରଥମେ ଏକ ସଫା କପଡ଼ାରେ ସ୍ପ୍ରେ କରି କିମ୍ବା ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ବ୍ୟବହାର କରନ୍ତୁ ।

୨. ବ୍ରଶ୍: ଅତିକମରେ ସପ୍ତାହରେ ଥରେ ନରମ ବ୍ରଶ୍ କିମ୍ବା ମାଇକ୍ରୋଫାଇବର କପଡ଼ାରେ ସିଟ୍ ସଫା କରନ୍ତୁ । ନିୟମିତ ବ୍ୟବଧାନରେ ସିଟ୍ ସଫା କଲେ ଧୂଳିର ପରତ ଜମିନଥାଏ ।

୩. ଦାଗ: କାର ସିଟରେ ଜୁସ୍, ଚା’, କଫି ଇତ୍ୟାଦିର ଦାଗ ଲାଗିଲେ ତୁରନ୍ତ ସାଧା ପାଣିରେ ସଫା କରନ୍ତୁ । ଏଥିପାଇଁ ସୂତା କିମ୍ବା ମାଇକ୍ରୋ ଫାଇବର କପଡ଼ା ବ୍ୟବହାର କରିପାରିବେ । ଦାଗ ପୁରୁଣା ହୋଇଗଲେ ସହଜରେ ଚାଡ଼ିନଥାଏ ।

୪. ଭାକ୍ୟୁମ କ୍ଲିନର: ସିଟର କୋଣରୁ ଧୂଳି ସଫା କରିବା ପାଇଁ ଭାକ୍ୟୁମ କ୍ଲିନର ବ୍ୟବହାର କରିପାରିବେ । ଏହା ସହଜରେ ମଇଳା ଶୋଷିଥାଏ । ଏହା ଡ୍ୟାଶ ବୋର୍ଡ଼ର ଧୂଳି ମଧ୍ୟ ସଫା କରିଥାଏ ।

 

Get real time updates directly on you device, subscribe now.