fbpx

Big Breaking… ନଥିଲେ ଡ୍ରାଇଭର ମାଡ଼ିଗଲା ଯାତ୍ରୀବାହୀ ଗାଡ଼ି: ୬ ଜଣ ଆହତ, ୨ ଗୁରୁତର

Advertisement

ବାଲେଶ୍ୱର: ବାଲେଶ୍ୱରରେ ଦୁର୍ଘଟଣା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବାହାନଗା ଟ୍ରେନ ଦୁର୍ଘଟଣା ପରଠାରୁ ସହରରେ ବିଭିନ୍ନ ପ୍ରକାରର ଦୁର୍ଘଟଣା ଘଟିଚାଲିଛି । ଆଜି ମଧ୍ୟ ଏଭଳି ଏକ ଦୁର୍ଘଟଣା ଦେଖିବାକୁ ମିଳିଛି ନୀଳଗିରି ଅଞ୍ଚଳରେ । ଗାଡ଼ି ହଠାତ ଗଡ଼ିଯିବାରୁ ୬ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଏହି ଗାଡ଼ିରେ କୌଣସି ଡ୍ରାଇଭର ନଥିଲେ ।

ସୂଚନା ଅନୁସାରେ, ନୀଳଗିରିରେ ଏକ ଅଦ୍ଭୁତ ପ୍ରକାରର ଦୁର୍ଘଟଣା ଘଟିଯାଇଛି । ଏକ ଗାଡ଼ିରେ ଡ୍ରାଇଭର ନ ଥାଇ ମଧ୍ୟ ଗାଡ଼ିଟି ଆଗକୁ ଗଡ଼ିଯାଇଥିବା ବେଳେ ଗାଡ଼ି ତଳେ ଚାପି ହୋଇ ୬ ଜଣ ଆହତ ହୋଇଛନ୍ତି । ତେବେ ଘଟଣାସ୍ଥଳରୁ ଜାରିବାକୁ ମିଳିଛି ଯେ, ଡ୍ରାଇଭର ଜଣକ ଗାଡ଼ିରେ ଚାବି ଛାଡ଼ି ଦେଇ ବାହାରକୁ ଚାଲି ଯାଇଥିଲେ । ଏହି ସମୟରେ ନାବାଳକ ଏହି ଚାବିକୁ ମୋଡ଼ି ଦେବାକୁ ଗାଡ଼ିଟି ଷ୍ଟାର୍ଟ ହୋଇ ଆଗକୁ ଗଡ଼ି ଯାଇଥିଲା । ଫଳରେ ଗାଡ଼ି ତଳେ ୬ ଜଣ ଲୋକ ଚାପି ହୋଇ ଯାଇଛନ୍ତି । ଗାଡ଼ିଟି ଏକ ବାଇକକୁ ଧକ୍କା ଦେବା ସହ କାନ୍ଥରେ ପିଟି ହୋଇଯାଇଛି । ଏହି ଘଟଣାରେ ବାଇକ ଆରୋହୀଙ୍କ ସମେତ ଯାତ୍ରୀବାହୀ ଗାଡ଼ିର ୬ ଜଣ ଗୁରୁତର ଆହତ ହୋଇଥିବା ଜାଣିବାକୁ ମିଳିଛି । ଆହତ ମାନଙ୍କ ମଧ୍ୟରେ ୨ ଜଣ ଲୋକ ଗୁରୁତର ଆହତ ହୋଇଥିବା ବେଳେ ବାଲେଶ୍ୱର ମେଡିକାଲ ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.