fbpx

କାର-ଟ୍ରକ ମୁହାଁମୁହିଁ: ୫ ଜଣ ଆଇନ ଛାତ୍ରଙ୍କ ମୃତ୍ୟୁ, ୨ ଗୁରୁତର

ନୂଆଦିଲ୍ଲୀ: ତାମିଲନାଡୁର ତିରୂବଲ୍ଲୁର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଥିରୂଥାନୀର ଜାତୀୟ ରାଜପଥରେ କାର ଏବଂ ଟ୍ରକ ମଧ୍ୟରେ ମୁହଁମୁହିଁ ଧକ୍କା ହୋଇଛି। ଏଥିରେ ୫ ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁର୍ଘଟଣାର ଖବର ମିଳିବା ମାତ୍ରେ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଘଟଣାସ୍ଥଳରେ ପୋଲିସ ଅଧିକାରୀ ପହଞ୍ଚି କହିଛନ୍ତି ଯେ, ଏହି ଦୁର୍ଘଟଣାର ଶିକାର ହୋଇଥିବା କାରରେ ଆଇନ ଛାତ୍ରମାନେ ଯାତ୍ରା କରୁଥିଲେ। ଏହି ସମସ୍ତ ଛାତ୍ର ଏକ ଘରୋଇ ବିଶ୍ୱବିଦ୍ୟାଳୟର ଥିଲେ। ସମସ୍ତ ଛାତ୍ରଙ୍କ ଶବକୁ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଏହି ଦୁର୍ଘଟଣା କାରଣ ତଦନ୍ତ କରାଯାଉଛି।

ସେହିପରି ୨ ଅଗଷ୍ଟରେ ଏଭଳି ଏକ ଦୁର୍ଘଟଣାରେ ଚେନ୍ନାଇ ପାଖରେ ଏକ ଆଇନ କଲେଜର ଜଣେ ମହିଳାଙ୍କ ସମେତ ୪ ଛାତ୍ରଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ଛାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି। ପାଦୁର ପାଖରେ ୨ଜଣ ମହିଳାଙ୍କ ସମେତ ୩ ଜଣ ଛାତ୍ରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

Get real time updates directly on you device, subscribe now.