fbpx

ଚାହାରେ ଗୁଜୁରାତି ପକାଇଲେ କମିଯାଏ କି ଏସିଡିଟି? ଜାଣନ୍ତୁ ସଂପୂର୍ଣ୍ଣ ସତ

ଓଡ଼ିଶା ଭାସ୍କର: ଚାହା ଆଜିକାଲି ଏକ ପାନୀୟ ଭାବେ ସମସ୍ତଙ୍କୁ ଅଭ୍ୟାସରେ ପକାଇଛି। କାହା କାହାର ସକାଳର ଆରମ୍ଭ ଚାହା ସହ ହୋଇଥାଏ ତ କାହାର ବ୍ୟସ୍ତ ଜୀବନ ମଧ୍ୟରେ ଆରାମ ଦେଇଥାଏ। ହେଲେ କିଛି ଲୋକଙ୍କୁ ଚାହା ପିଇବା ଦ୍ୱାରା ଏସିଡିଟି ହୋଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ କିଛି ଲୋକେ ଚାହାରେ ଗୁଜୁରାତି ପକାଇଥାଆନ୍ତି। ସେ ଭାବନ୍ତି ଯେ, ଏହାକୁ ପକାଇବା ଦ୍ୱାରା ଏସିଡିଟି କମିଯାଏ। ତେବେ ଆସନ୍ତୁ ଜାଣିବା ଏହାର ସତ୍ୟତା ବିଷୟରେ..

ଏହାର ସରଳ ଉତ୍ତର ନା। ପାଣିର ପିଏଚ ଲେବଲ ୭ ହୋଇଥାଏ, ଯାହାକୁ ନ୍ୟୁଟ୍ରଲ ବୋଲି କୁହାଯାଉଛି। ୭ରୁ କମ ପିଏଚ ଲେବଲ ଫୁଡ ଆଇଟମ ଏବଂ ପେୟ ପଦାର୍ଥ ଅମ୍ଳୀୟ ହୋଇଥାଏ। ଚାହାର ପିଏଚ ଲେବଲ ସାଧାରଣତଃ ୬.୪ରୁ ୬.୮ ମଧ୍ୟରେ ହୋଇଥାଏ।

ପୋଷଣ ଏକ୍ସପର୍ଟଙ୍କ ଅନୁସାରେ, ଯେବେ ଚାହାରେ କ୍ଷୀର ମିଶିଥାଏ ଏହା ଧ୍ୟାନ ଦେବା ଉଚିତ ଯେ, କ୍ଷୀର ଆପେ ଆପେ ଅମ୍ଳୀୟ ହୋଇଥାଏ। ସେଥିପାଇଁ ଯେବେ ଆପଣ କ୍ଷୀର ସହ ଚାହା ତିଆରି କରୁଛନ୍ତି, ସେତେବେଳେ ଆପଣ ଏକ ମିଶ୍ରଣ ପ୍ରସ୍ତୁତ କରୁଛନ୍ତି ଯାହା ପ୍ରକୃତିରେ ଏସିଡିକ ହୋଇଥାଏ।

Get real time updates directly on you device, subscribe now.