fbpx

କୋଭିଡରେ ଅନାଥ ହୋଇଥିବା ପିଲାଙ୍କ ପାଇଁ ଆରମ୍ଭ ହେଲା ପିଏମ-କେୟାର ଫର ଚିଲ୍ଡ୍ରେନ ଯୋଜନା

Advertisement

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ନିଜ ମାତା-ପିତାଙ୍କୁ ହରାଇଥିବା ପିଲାଙ୍କ ପାଇଁ ଖାସ୍ ଯୋଜନାର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପିଏମ କେୟାର୍ସ ଫର ଚିଲ୍ଡ୍ରେନ ଯୋଜନା ଅନୂଯାୟୀ ଏହି ପିଲାଙ୍କୁ ସହାୟତା ଦିଆଯିବ । ସୋମବାର ପ୍ରଧାନମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ପିଲାଙ୍କୁ ପିଏମ କେୟାର ଫର ଚିଲ୍ଡ୍ରେନର ପାସବୁକ୍ ସହ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ସ୍କିମ ଅନୂଯାୟୀ ଭର୍ଚୁଆଲ ହେଲଥ କାର୍ଡ୍ ମଧ୍ୟ ଦେଇଛନ୍ତି ।

ଏହି ସ୍କିମକୁ ଲଞ୍ଚ କରିବା ସମୟରେ ମୋଦୀ କହିଛନ୍ତି ଯେ ମୁଁ ଜାଣିଛି ଆପଣ କରୋନା ଯୋଗୁଁ କ’ଣ ହରାଇଛନ୍ତି, ଜୀବନରେ ଆସିଥିବା ଏହି ପରିବର୍ତ୍ତନ ବହୁତ କଷ୍ଟ, ପ୍ରତି ଦିନ ସଙ୍ଘର୍ଷ, ପ୍ରତିଦିନ ତପସ୍ୟା । ଆଜି ଯେଉଁ ପିଲାମାନେ ଆମ ସାଥିରେ ଅଛନ୍ତି । ଯେଉଁମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ହେଉଛି ତାଙ୍କର ଦୁଃଖକୁ ଶବ୍ଦରେ କହିବା କଷ୍ଟକର ।

ପିଏମ ମୋଦୀଙ୍କ ଅନୂଯାୟୀ ଯଦି କାହାକୁ ଫ୍ରଫେସନାଲ କୋର୍ସ କିମ୍ବା ଉଚ୍ଚଶିକ୍ଷା ପାଇଁ ଲୋନର ଆବଶ୍ୟକତା ହେବ ତେବେ ପିଏମ-କେୟାର୍ସ ତରଫରୁ ତାଙ୍କୁ ସହାୟତା ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ଆହୁର କହିଥିଲେ ଯେ ଦୈନନ୍ଦିନର ଅନ୍ୟ କାମ ତଥା ଆବଶ୍ୟକତା ପାଇଁ ଅନ୍ୟ ଯୋଜନା ମାଧ୍ୟମରେ ପ୍ରତିମାସର ସେମାନଙ୍କ ପାଇଁ ୪ ହଜାର ଟଙ୍କା ବ୍ୟବସ୍ଥା ମଧ୍ୟ କରାଯାଇଛି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ମହାମାରୀ ସମୟରେ ଅନାଥ ହୋଇଥିବା ପିଲାଙ୍କୁ ସହାୟତା ପାଇଁ ଗତ ବର୍ଷ ପିଏମ-କେୟାର ଫର ଚିଲ୍ଡ୍ରେନ ସ୍କିମ୍ ଘୋଷଣା କରିଥିଲେ । ପୂର୍ବରୁ ଏହି ସ୍କିମର ଲାଭ ୨୮ ଫେବୃଆରୀ ପର୍ଯ୍ୟନ୍ତ ବଢ଼ାଯାଇଥିଲା ।

Get real time updates directly on you device, subscribe now.