fbpx

ଘରେ ଭୁଲରେ ବି ରଖନ୍ତୁ ନାହିଁ ଏହି ଗଛ, ନଚେତ୍ ଗୃହପାଳିତ ପଶୁ ଓ ପିଲାମାନଙ୍କ ପାଇଁ ଆସିପାରେ ବଡ଼ ବିପଦ

ଓଡ଼ିଶା ଭାସ୍କର ବ୍ୟୁରୋ: ଘରେ ଗଛ ରଖିବା ଦ୍ୱାରା ଅନେକ ଫାଇଦା ହୋଇଥାଏ । ଏହାର ବାସ୍ନା ଏବଂ ସୁନ୍ଦରତା ଘରେ ଏକ ଅନୁକୂଳ ପରିବେଶ ସୃଷ୍ଟି କରେ । ଯେପରିକି ଘରର ସୁନ୍ଦରତା ବଢ଼ାଏ, ଶୋଇବାରେ ସାହାଯ୍ୟ କରେ, ଚିନ୍ତା ଦୂର କରେ । ଏହିଭଳି କିଛି ଜିନିଷକୁ ଧ୍ୟାନରେ ରଖି ଘରେ ଗଛ ଲଗାଯାଇଥାଏ । ହେଲେ ଏମିତି କିଛି ଗଉ ରହିଛି ଯାହା ଘର ଉପରେ ପ୍ରତିକୂଳ ପ୍ରଭାବ ପକାଏ । ଭଏ କରିବା ପରିବର୍ତ୍ତେ ଏହା ପରିବେଶକୁ ଆହୁରି ଖରାପ କରିଦିଏ । କିଛି ଏମିତି ଗଉ ରହିଛି ଯାହାର ପ୍ରଭାବ ଗୃହପାଳିତ ପଶୁ ଏବଂ ପିଲାମାନଙ୍କ ପାଇଁ ବିଷାକ୍ତ ସାବ୍ୟସ୍ତ ହୋଇପାରେ । ତେଣୁ ଘୁରକୁ କୌଣସି ନୁତନ ଗଉ ଆଣିବା ପୂର୍ବରୁ ସେ ବିଷୟରେ ଜାଣିବା ନିହାତି ଦରକାର ହୋଇଥାଏ ।

ପିସ୍ ଲିଲୀ: ପିସ୍ ଲିଲୀ ସାଧାରଣତଃ ଘରେ ଲଗାଯାଏ । ଏହାକୁ ଏକ ହାଉସପ୍ଲାଣ୍ଟ ଭାବରେ ରଖାଯାଏ । ପିସ୍ ଲିଲି ରେ କ୍ୟାଲସିୟମ୍ ଅକ୍ସାଲେଟ୍ ସ୍ଫଟିକ୍ ଥାଏ । ଏହି ଛୋଟ ଛୁଞ୍ଚି ପରି ପଦାର୍ଥ ଶରୀରକୁ ଯିବା ଦ୍ୱାରା ଓଠ, ଜିଭ, ପାଟି ଏବଂ ଗଳାରେ ଜ୍ୱଳନ ହୋଇଥାଏ ।

ଡାଈଫେନବେଚିୟା: ଏହି ଉଦ୍ଭିଦକୁ ସାଧାରଣତ ଡମ୍ବ କେନ୍ କୁହାଯାଏ । ବିଷାକ୍ତ ହେବା ବ୍ୟତୀତ, ଏହି ଉଦ୍ଭିଦ ଏକ ବହୁତ ଭଲ ହାଉସପ୍ଲାଣ୍ଟ । ଏହାର ଯତ୍ନ ନେବା ସହଜ ଅଟେ । ଡାଈଫେନବେଚିୟାର କୋଷିକାରେ ଢ଼େର୍ ସାରା କ୍ୟାଲସିୟମ୍ ଅକ୍ସାଲେଟ୍ ସ୍ଫଟିକ୍ ଥାଏ । ମାଇକ୍ରୋସ୍କୋପରେ ଦେଖିଲେ ଏହା ଛୋଟ ଛୁଞ୍ଚି ପରି ଦେଖାଯାଏ । ଯଦି ଭଦ୍ଭିଦର କୌଣସି ଅଂଶ ପେଟକୁ ଯାଏ ତେବେ ଏହା ଶରୀରରେ ଜ୍ୱଳନ ଏବଂ ରେଡନେସ୍ କାରଣ ପାଲଟିଥାଏ ।

କଲେିଡିୟମ୍: କେଲିଡିୟମ୍ ସାଧାରଣତଃ ସବୁଜ, ଲାଲ୍ , ବାଇଗଣୀ ଏବଂ ଗୋଲାପ କଲର୍ ର ପ୍ୟାଟର୍ନରେ ଆସିଥାଏ । ଏହାର ପତ୍ର ଖୁବ୍ ବଡ଼ ଆକାରର ହୋଇ ବଢ଼ିଥାଏ । ଏହା ଦେଖିବାକୁ ଖୁବ୍ ସୁନ୍ଦର ହୋଇଥାଏ । କିନ୍ତୁ ଏଥିରେ ମଧ୍ୟ କ୍ୟାଲସିୟମ୍ ଅକ୍ସାଲେଟ୍ ସ୍ପଟିକ୍ ରହିଥାଏ । ଯାହା ଶରୀରର ଅନେକ କ୍ଷତି ପହଞ୍ଚାଇଥାଏ ।

ଫିଲୋଡେଡ୍ରୋନ୍ : ଫିଲୋଡେଡ୍ରୋନ୍ ଏହା ସାଧାରଣତଃ ଏକ ହାଉସ୍ ପ୍ଲାଣ୍ଟ ଭାବରେ ମିଳିଥାଏ । ଏହା ଖୁବ୍ ଆକର୍ଷଣୀୟ ହୋଇଥାଏ ଏବଂ ଘରର ସୁନ୍ଦରତା ବଢ଼ାଏ । କିନ୍ତୁ ଏଥିରେ ଥିବା କ୍ୟାଲସିୟମ୍ ଅକ୍ସାଲେଟ୍ ସମସ୍ତଙ୍କ ପାଇର୍ ବିଷାକ୍ତ ହୋଇଥାଏ । ତେଣୁ ଏହାକୁ ଘରର ଉଚ୍ଚ ସ୍ଥାନରେ ରଖିବା ଆବଶ୍ୟକ ।

Get real time updates directly on you device, subscribe now.